Below header

ରେମୋ ଡିସୁଜା ଶୁଝିଲେ DID ପ୍ରତିଯୋଗୀଙ୍କ ଲୋନ୍‌; ବାପା ଚାଲିଯିବା ପରେ ଋଣ କରି ମା’ ଚଲାଉଛନ୍ତି ରିକ୍ସା

କୋରିଓଗ୍ରାଫର ରେମୋ ଡିସୁଜା କୋରିଓଗ୍ରାଫି ସହିତ ଡାଇରେକ୍ସନ ମଧ୍ୟ ଦିଅନ୍ତି। ଅନେକ ଡ୍ୟାନ୍ସିଙ୍ଗ୍‌ ଶୋ’କୁ ହୋଷ୍ଟ୍‍ କରିଥିବା ରେମୋ ପ୍ରତିଭାମାନଙ୍କୁ ସବୁବେଳେ ପ୍ରମୋଟ କରି ଥାଆନ୍ତି। ଏହାରି ଭିତରେ ରେମୋ ଏମିତି କିଛି କାମ କରିଛନ୍ତି, ଯେଉଁ କାରଣରୁ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି। ରେମୋ ଡିସୁଜା DID Li’l Master Season 5ର ଜଣେ ପ୍ରତିଯୋଗୀଙ୍କର ଲୋନ୍‌ ପଇସା ଶୁଝିଛନ୍ତି। ବାସ୍ତବରେ ଶୋ’ରେ ୮ ବର୍ଷର ଜଣେ ପ୍ରତିଯୋଗୀ ହିମାଂଶୁ ନିଜ ଡ୍ୟାନ୍ସ ମାଧ୍ୟମରେ ଜଜ୍‌ମାନଙ୍କର ହୃଦୟ ଜିତି ନେଇଥିଲେ। ଯେତେବେଳେ ପରଫର୍ମାନ୍ସ ପରେ ଜଜ୍‌ମାନେ ତାଙ୍କ ସହିତ କଥା ହୋଇଥିଲେ, ତ ତାଙ୍କ ଦୁର୍ବଳ ଆର୍ଥିକ ସ୍ଥିତି କଥା ସାମ୍ନାକୁ ଆସିଥିଲା।

ହିମାଂଶୁ ଦିଲ୍ଲୀର ବାସିନ୍ଦା। ଅନେକ ଦିନ ପୂର୍ବେ ବାପାଙ୍କ ଦେହାନ୍ତ ହୋଇଯିବା ପରେ ତାଙ୍କ ମା’ ନିଜର ଦୁଇ ପିଲାଙ୍କୁ ଏକୁଟିଆ ପାଳିଥିଲେ ଏବଂ ପଇସା ରୋଜଗାର ପାଇଁ ରିକ୍ସା ଚଲାଇଥିଲେ। ରିକ୍ସା ଚଲାଇବା ପାଇଁ ହିମାଂଶୁଙ୍କ ମା’ ଲୋନ କରିଥିଲେ। ହିମାଂଶୁ କହିଥିଲେ ଯେ ମୋ ମା’ ମହିଳା ରିକ୍ସା ଚାଳକ ହୋଇଥିବାରୁ ବହୁ ଥର ସେ ହଇରାଣ ମଧ୍ୟ ହୋଇଛନ୍ତି। ତେବେ ପ୍ରତିଯୋଗୀଙ୍କ ମୁହଁରୁ ପୂରା କଥା ଶୁଣିବା ପରେ ରେମୋ ଭାବୁକ ହୋଇ ଯାଇଥିଲେ ଏବଂ ତାଙ୍କର ପୂରା ଲୋନ୍‌ ଶୁଝିବାକୁ ନିଷ୍ପତ୍ତି ନେଇଥିଲେ।

ଏ ବିଷୟରେ ହିମାଂଶୁଙ୍କ ମା’ଙ୍କ ସହିତ କଥା ହୋଇ ରେମୋ କହିଥିଲେ, ‘ମୁଁ ଆପଣଙ୍କର ଏହି ଇଏମ୍‌ଆଇ ପେ କରିବାରେ ସାହାଯ୍ୟ କରିବାକୁ ଚାହୁଁଛି। ପ୍ଲିଜ୍‌ ମୋତେ କୁହନ୍ତୁ, କେତେ ଲୋନ୍‌ ଆମାଉଣ୍ଟ ବାକି ଅଛି, ମୁଁ ଭରି ଦେବି। ମୁଁ ଚାହୁଁନି କି, ଆପଣ କି ହିମାଂଶୁ କୌଣସି ବି ଜିନିଷକୁ ନେଇ ଚାପ ନିଅନ୍ତୁ। ଆପଣ ପିଲା ଉପରେ ଫୋକସ୍‌ କରନ୍ତୁ ଏବଂ ଭଲ ଜୀବନ ଜିଅଁନ୍ତୁ’।

 

View this post on Instagram

 

A post shared by Remo Dsouza (@remodsouza)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.