ଚେନ୍ନାଇ ସୁପର କିଙ୍ଗସ ପାଇଁ ଖୁସି ଖବର, ପ୍ରଥମ ମ୍ୟାଚ ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହେଲେ ଏହି ଖେଳାଳି

ଚେନ୍ନାଇ ସୁପର କିଙ୍ଗସ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଟିମର ଧୂଆଁଦାର ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକ୍ୱାଡ ଏବେ ଖେଳିବା ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇଛନ୍ତି। ପ୍ରଥମ ମ୍ୟାଚ ଖେଳିବା ପାଇଁ ଫିଟ୍‌ ହୋଇସାରିଛନ୍ତି। ଫ୍ରାଞ୍ଚାଇଜ ଟିମର ସିଇଓ କାଶୀ ବିଶ୍ୱନାଥନ ଏହି ଅପଡେଟ୍‌ ଦେଇଛନ୍ତି। ବିଶ୍ୱନାଥମ କହିଛନ୍ତି, ଋତୁରାଜ ସଂପୂର୍ଣ୍ଣ ଭାବେ ଫିଟ୍‌ ରହିଛନ୍ତି। ଆଉ ସେ ସୁରଟରେ ବାକି ଖେଳାଳିଙ୍କ ସହିତ ଆଇପିଏଲ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଋତୁରାଜ ଗାଏକ୍ୱାଡ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ ପୂର୍ବରୁ ଆହତ ହୋଇଥିଲେ। ଅଭ୍ୟାସ କରୁଥିବା ସମୟରେ ହାତରେ ଆଘାତ ଲାଗିଥିଲା। ଏହି କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଥିଲେ ଋତୁରାଜ। ଏହା ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ ମ୍ୟାଚ ବେଳେ କରୋନା ସଂକ୍ରମିତ ହୋଇଥିଲେ।

ଋତୁରାଜ ଚେନ୍ନାଇ ସୁପର କିଙ୍ଗସର ପ୍ରମୁଖ ଖେଳାଳି। ଗତ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ରହିଥିଲେ ଋତୁରାଜ। ଏହି କାରଣ ଯୋଗୁଁ ଆଇପିଏଲ୍‌ ନିଲାମୀ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ତାକୁ ରିଟେନ କରିଥିଲା। ଚେନ୍ନାଇ ଟିମ୍‌ ଏବେ ସୁରତର ଲାଲା ଭାଇ କଣ୍ଟ୍ରାକ୍ଟର ଷ୍ଟାଡିଅମରେ ଆଇପିଏଲ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଋତୁରାଜ ଅଭ୍ୟାସ କରୁଥିବା ମ୍ୟାଚର ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.