Below header

ରଣବୀରଙ୍କ ପାଇଁ ରାଜୁ ହିରାନୀଙ୍କ ମାଙ୍କ ପାଦ ତଳେ ପଡିଯାଇଥିଲେ ଋଷି କପୁର ! ଜାଣନ୍ତୁ କାହିଁକି

ବକ୍ସ ଅଫିସରେ ସୁପରହିଟ୍ ହୋଇଛି ସିନେମା ସଞ୍ଜୁ । ଯେଉଁଥିପାଇଁ ଋଷି କପୁରଙ୍କ ଖୁସି କହିଲେ ନସରେ । ଋଷି ସଫଳତାର ଶ୍ରେୟ ପୁଅ ରଣବୀର କପୁରଙ୍କ ନିଖୁଣ ଅଭିନୟ ଏବଂ ରାଜୁ ହିରାନୀଙ୍କ ନିର୍ଦ୍ଦେଶନାକୁ ଦେଇଛନ୍ତି । କିନ୍ତୁ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ବହୁ ପୂର୍ବରୁ ହିଁ ରାଜୁ ହିରାନୀଙ୍କ ବଡ଼ ପ୍ରଶଂସକ ହେଉଛନ୍ତି ଋଷି କପୁର ।

ନିକଟରେ ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି ରଣବୀର । ରଣବୀର କହିଥିଲେ ’ବାପାଙ୍କ ପ୍ରତିକ୍ରିୟା କେତେବେଳେ କଣ ରହେ କହିବା କଷ୍ଟକର । ଲଗେ ରହୋ ମୁନ୍ନା ଭାଇ ଦେଖିବା ପରେ ବାପା ଏତେ ଖୁସି ଖୁସି ହୋଇଯାଇଥିଲେ ଯେ ସିଧା ଯାଇ ତାଙ୍କ ଘରେ ପହଂଚିଯାଇଥିଲେ । ଆଉ ରାଜ କୁମାର ହିରାନୀଙ୍କ ମାଙ୍କ ଗୋଡ ତଳେ ପଡିଯାଇ କହିଥିଲେ ଆପଣଙ୍କ ପୁଅ ଜିନିୟସ୍ । ମୁଁ ଚାହେଁ ଆପଣଙ୍କ ପୁଅ ମୋ ପୁଅ ରଣବୀର ସହ କାମ କରନ୍ତୁ ବୋଲି’ ।

ତେବେ ଋଷି କପୁରଙ୍କ ଏପରି ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଲୋକ ସବୁ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । କିନ୍ତୁ ଋଷିଙ୍କ ଏହି ସ୍ବପ୍ନ ’ସଞ୍ଜୁ’ ସହ ପୁରା ହେଲା । ଆୟରେ ରଣବୀରଙ୍କ ’ସଞ୍ଜୁ’ ବାହୁବଳୀଠୁ ଆରମ୍ଭ କରି ସଲମାନଙ୍କ ରେସକୁ ମଧ୍ୟ ପଛରେ ପକାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.