ଛାତ୍ରଙ୍କୁ ଉଦ୍ଧାର ବେଳେ ମିଳିଲେ ମହିଳା

ଭୁବନେଶ୍ବର: କୁଆଖାଇ ନଦୀରେ ଭାଷି ଯାଇଥିବା ଛାତ୍ରଙ୍କୁ ଉଦ୍ଧାର ବେଳେ ନଦୀ ଗର୍ଭରୁ ମିଳିଲେ ଜଣେ ମହିଳା। ଭୁବନେଶ୍ୱର କୁଆଖାଇ ନଦୀର ଭିତରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତାଙ୍କ ନା କାଞ୍ଚନ। ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ହୋମଗାର୍ଡ ଭାବରେ କାମ କରୁଥିଲେ। ତେବେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ। ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.