ହାତୀ ନୁହେଁ ଝିଅକୁ ମାରିଲା ବାପା

କଟକ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟି ନଥିଲା। ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିଲା। ଅନ୍ୟ କେହି ନୁହେଁ, ନିଜ ବାପା ହିଁ କଟୁରୀରେ ହାଣି ହତ୍ୟା କରିଥିଲା। ଗତ ୧୯ ତାରିଖରେ ଚୌଦ୍ୱାର ଚାରିଘରିଆ ଗାଁର ଆଦିବାସୀ ମହିଳାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି। ବିବାହିତା ଝିଅଠାରୁ ବାପା ୧୮ ହଜାର ଟଙ୍କା ନେଇଥିଲା। ଝିଅ ମାଗିବାରୁ ତାକୁ ରାଗରେ ହାଣି ଦେଇଥିଲା ବାପା । ମାରିଦେବା ପରେ ଦାଦା ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲା। ମହିଳାଙ୍କ ନାବାଳକ ଭାଇ ପୋଲିସ ଆଗରେ ଏହା ପ୍ରକାଶ କରିଛି।

ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ହାତୀ ଆକ୍ରମଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲ। ରକ୍ତ ଜୁଡୁବୁଡୁ ମୃତଦେହ ଏକ ବୁଦା ଭିତରୁ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ଦେହର ୧୬ଟି ସ୍ଥାନରେ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଟାଙ୍ଗୀ ଥାନା ଅଧିକାରୀ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.