ଭାରତୀୟ ଦାରିଦ୍ର୍ୟର ଫଟୋ ଭାଇରାଲ

ଲଣ୍ଡନ : ଭାରତ ଗାଁ ଗହଳିରେ ଦାରିଦ୍ର୍ୟର ଚିତ୍ର ଦେଖାଇ ଏବେ ବିବାଦରେ ଇଟାଲୀର ଜଣେ ଫଟୋଗ୍ରାଫର। ଫଟୋଗ୍ରାଫର ଆଲେସିଓ ମାମୋ ଭାରତରେ କ୍ଷୁଧାର୍ତ୍ତ ପିଲାଙ୍କର ଫଟୋ ଉଠାଇଥିଲେ। ଯାହା ଓ୍ଵାର୍ଲଡ ପ୍ରେସ୍ ଫଟୋ ଫାଉଣ୍ଡେସନ୍ ଦ୍ୱାରା ଇନଷ୍ଟାଗ୍ରାମ୍ ଓ ଟୁଇଟର୍ ଜରିଆରେ ଭାଇରାଲ ହୋଇଥିଲା। ଦୁଇଟି ନାବାଳକ ନିଜ ମୁହଁକୁ ଘୋଡ଼ାଇ ରଖିଛନ୍ତି। ସେମାନଙ୍କ ଆଗରେ ଟେବୁଲ ଉପରେ ଏଭଳି ଖାଦ୍ୟ ଥୁଆ ହୋଇଛି, ଯାହା ସେମାନଙ୍କ ପାଇଁ ସ୍ୱପ୍ନ। ଏହି ଫଟୋକୁ ନେଇ ବିବାଦ ଆରମ୍ଭ ହେବା ପରେ ମାମୋ କ୍ଷମା ମାଗିଛନ୍ତି। ଦରିଦ୍ର ଲୋକଙ୍କ ପ୍ରତି ଏହା ଉପହାସ ଓ ଅତ୍ୟନ୍ତ ସମ୍ବେଦନହୀନ କଥା ବୋଲି ମତ ଦେଇଛନ୍ତି ଅନେକ। ୨୦୦୧ରେ ମାମୋ ଉତ୍ତର ପ୍ରଦେଶର ଏକ ଗାଁରେ ଏହି ଫଟୋ ଉଠାଇଥିଲେ।

Leave A Reply

Your email address will not be published.