Below header

ବଲିଉଡ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ : ବଲିଉଡର ବର୍ଷିୟାନ୍ ଅଭିନେତା ଋଷି କପୁରଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ସେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ ୨୦୧୮ ମସିହାରେ ସେ କ୍ୟାନସରରେ ପିଡିତ ଥିବା ଖବର ସାମ୍ନାକୁ ଆସିଥିଲା ।

ବୁଧବାର ବିଳମ୍ବିତ ରାତିରେ ଋଷିଙ୍କର ଦେହ ଅଚାନକ ଅଧିକ ଖରାପ ହୋଇଗଲା । ତେଣୁ ତାଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତି ଏଚ୍‌ଏନ୍‌ ରିଲାୟନ୍ସ ହସପିଟାଲରେ ଭର୍ତ୍ତି କରାଗଲା । ସେତେବେଳେ ତାଙ୍କ ପାଖରେ ପତ୍ନୀ ନୀତୁ ସିଂହ ଏବଂ ବଡ଼ ଭାଇ ରଣଧୀର କପୁର ଉପସ୍ଥିତ ଥିଲେ । କର୍କଟ ରୋଗରେ ପୀଡ଼ିତ ଋଷିଙ୍କର ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ତାଙ୍କ ଦେହରେ ଜ୍ୱର ଓ ଇନଫେକସନ୍‌ ଥିଲା । ତେଣୁ କରୋନା ସନ୍ଦେହ କରି ତାଙ୍କର ଯାଞ୍ଚ କରାଯିବାକୁ ସ୍ଥିର ହୋଇଥିଲା । ହେଲେ ପରେ ପରେ ତାଙ୍କର ଦେହାନ୍ତ ହୋଇଗଲା । ଆଜି ସକାଳ ୮.୪୫ ମିନିଟ୍‌ରେ ସେ ସବୁ ଦିନ ପାଇଁ ଆଖି ବୁଜିଦେଲେ ।
କର୍କଟ ରୋଗରେ ପୀଡ଼ିତ ଋଷି କପୁର ଅନେକ ଦିନ ଆମେରିକାରେ ରହିଚି ଚିକିତ୍ସିତ ହେବା ପରେ ଗତ ବର୍ଷ ଭାରତକୁ ଫେରିଥିଲେ ।

ଶିଶୁ କଳାକାର ଭାବେ ବାପା ରାଜ କପୁରଙ୍କ ସୁପରହିଟ୍‌ ଫିଲ୍ମ ‘ମେରା ନାମ ଜୋକର’ରେ ସେ ଶିଶୁ କଳାକାର ଭାବେ ଅଭିନୟ କରି ପ୍ରଥମ ଥର ବଲିଉଡ୍‌ ପରଦାକୁ ଆସିଥିଲେ । ଏହା ପରେ ‘ବବି’ ଫିଲ୍ମର ହିରୋ ଭାବେ ଟିନ୍‌ଏଜ୍‌ ସେନସେସନ୍‌ ହୋଇ ତାଙ୍କର ପେସାଦାର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବେ ସେ ନିଜର ପ୍ରଥମ ଫିଲ୍ମରେ ପୁରସ୍କୃତ ହୋଇତିଲେ ଏବଂ ବବି ପାଇଁ ମଧ୍ୟ ତାଙ୍କ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିଲା । ଏହା ପରେ ଅନେକ ହିଟ୍‌ ଫିଲ୍ମ ଦେଇଥିବା ଋଷି ଅସୁସ୍ଥତା ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଅଭିନୟ କରୁଥିଲେ ।
ତାଙ୍କ ପତ୍ନୀ ନୀତୁ କପୁରଙ୍କ ସହ ତାଙ୍କର ରେମାଣ୍ଟିକ୍‌ ଯୋଡ଼ି ଖୁବ୍‌ ଜମୁଥିଲା । ଦୁହେଁ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କର ପୁଅ ରଣବୀର କପୁର ଏବେ ବଲିଉଡ୍‌ରେ ସକ୍ରିୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.