ଲକ୍‌ଡାଉନ୍‌ ପରେ ବିମାନ ଉଡିବାକୁ ନେଇ AAIର ଗାଇଡଲାଇନ୍‌, ଏକରୁ ଦେଢ ମିଟର ଦୂରତାରେ ହେବ ସିଟ୍‌ ଆରେଞ୍ଜମେଣ୍ଟ

ନୂଆଦିଲ୍ଲୀ: ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଠପ୍‌ ହୋଇ ପଡ଼ିଛି ରେଳ ଓ ବିମାନ ସେବା । ତେବେ ଲକ୍‌ଡାଉନ୍‌ ହଟିବା ପରେ ପୁନଃ ବିମାନ ସେବା କାର୍ଯ୍ୟକ୍ଷମ କରିବାକୁ ଗାଇଡ୍‌ଲାଇନ୍‌ ଜାରି କରିଛି ଏୟାରପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ବା ଏଏଆଇ । ଏଥିପାଇଁ ଏସ୍‌ଓପି ଜାରି ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଏବଂ ରାଜ୍ୟର ରାଜଧାନୀ ଗୁଡ଼ିକରେ ୩୦ ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ହେବ । ସାମାଜିକ ଦୂରତା ବଜାୟ ରଖି ପ୍ରତି ବିମାନ ବନ୍ଦରରେ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଗାଇଡ୍‌ଲାଇନ୍‌ ଅନୁସାରେ ପାସେଞ୍ଜରମାନେ ଯେଭଳି ଦୂରତା ବଜାୟ ରଖିବେ ସେଥିପାଇଁ ଏକରୁ ଦେଢ ମିଟର ଦୂରତାରେ ସିଟ୍‌ ଆରେଞ୍ଜମେଣ୍ଟ କରିବାକୁ ହେବ । ୱାସ୍‌ରୁମ୍‌, ଏକ୍ସରେ ମେସିନ୍‌, କନ୍‌ଭେୟର ବେଲ୍ଟସ୍‌ ନିକଟରେ ଅଧିକ କର୍ମଚାରୀଙ୍କୁ ରଖିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.