ମେ’୪ରୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଜାରି ହେବ ନୂଆ ଗାଇଡ୍‌ ଲାଇନ୍‌, ଦେଶର ଅନେକ ଜିଲ୍ଲାରେ କୋହଳ ହେବ କଟକଣା

ନୂଆଦିଲ୍ଲୀ: ଆଉ ୩ ଦିନ ପରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଏହାପରେ ମେ’ ୪ରୁ ଅନେକ ଜିଲ୍ଲାରେ କୋହଳ ହେବ କଟକଣା। ଅଧିକାଂଶ କ୍ଷେତ୍ରରେ ମଧ୍ୟ କଟକଣା କୋହଳ ହୋଇପାରେ। କଟକଣା କୋହଳ କରାଯାଇ ସ୍ଥିତି ସ୍ୱାଭାବିକ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରିହେବ। ଏ ସଂପର୍କରେ ପରେ ସବିଶେଷ ତଥ୍ୟ ଜଣାଇ ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ମୁଖପାତ୍ର ଟ୍ଵିଟ ମାଧ୍ୟମରେ ସୂଚନା ଦିଆଯାଇଛି। ଏହାପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ବିିଭିନ୍ନ ସ୍ଥାନରେ ଫସି ରହିଥିବାା ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀମାନେ ଘରକୁ ଫେରିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.