ଯାଜପୁର ଜିଲ୍ଲାର ନୂଆ ୩ କରୋନା ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଯାଜପୁର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ସମସ୍ତ ୩ ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍‌। ୩ ସଂକ୍ରମିତଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ଜଣ ପୁରୁଷ। ଯୁବତୀଙ୍କ ବୟସ ୧୮ ଓ ପୁରୁଷ ଦୁଇ ଜଣଙ୍କର ୫୬ ଓ ୬୫ ବର୍ଷ। ଜଣେ ଯୁବତୀ ଓ ଜଣେ ପୁରୁଷ କଟିକଟା ଅଞ୍ଚଳର। ଏହି ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

corona case newଅନ୍ୟ ୬୫ ବର୍ଷୀୟ ବୃଦ୍ଧ କୋଲକାତା ଫେରନ୍ତା। ଆଜି ୩ ନୂଆ ପଜିଟିଭ୍‌ ଚିହ୍ନଟ ପରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧ହଜାର ୬୯୬ଟି ସାମ୍ପଲ ପରୀକ୍ଷା ହୋଇଥିବାବେଳେ ଗତ ୨୪ଘଣ୍ଟାରେ ୨୫୮୮ ନମୁନା ପରୀକ୍ଷା ହୋଇଛି। ବର୍ତ୍ତମାନ ରାଜ୍ୟରେ ୮୮ଜଣ ଚିକିତ୍ସାଧୀନ ଥିବା ବେଳେ ୩୯ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.