ଅପମାନର ବଦଲା ପାଇଁ କ୍ରାକ୍‌ କଲେ UPSC, ବଜ୍ର ଶପଥ ନେଇ ୟୁପିଏସସି କ୍ରାକ୍‌ କଲେ ପୋଲିସ୍‌ କନେଷ୍ଟବଳ

ଅପମାନ…ପରିଶ୍ରମ…ସଫଳ, ଭାରି ବାଧିଲା ଅପମାନ…ଅପମାନକୁ ମନରେ ରଖି ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ ଏକ କାହାଣୀ ଭଳି ଲାଗିପାରେ କିମ୍ବା କୌଣସି ଫିଲ୍ମ ସ୍କ୍ରିଫ୍ଟ ଭଳି ବି ଭାବି ପାରନ୍ତି ଆପଣ। କିନ୍ତୁ ଆମେ ଯାହା କହୁଛୁ ତାହା ଏକଦମ୍‌ ସତ। ପୋଲିସ୍ କନେଷ୍ଟବଳରୁ UPSC ପରୀକ୍ଷାରେ କୃତକାର୍ଯ୍ୟ । ଆନ୍ଧ୍ରପ୍ରଦେଶର ପୋଲିସ୍ କନେଷ୍ଟବଳ ଉଦୟ କ୍ରିଷ୍ଣା ରେଡ୍ଡୀ ୟୁପିଏସସି ପରିକ୍ଷା ୨୦୨୩ କ୍ରାକ୍‌ କରି ବଡ ସଫଳତା ହାସଲ କରିଛନ୍ତି । ୭୮୦ ରାଙ୍କରେ କୃତକାର୍ଯ୍ୟ ହୋଇ ସେ ତାଙ୍‌କୁ ହୋଇଥିବା ଅପମାନର ବଦଲା ନେଇଛନ୍ତି ବୋଲି ବି ଆପଣ ୟାକୁ କହିପାରିବେ ।

ହଁ ଆଜ୍ଞା ଉଦୟଙ୍କ UPSC ଦେବା ପଛରେ ରହିଛି ଏକ ବଡ଼ ଘଟଣା । ପ୍ରକାଶମ୍ ଜିଲ୍ଲାରେ ଡ୍ୟୁଟିରେ ଥିବା ଉଦୟଙ୍କୁ ଦିନେ ତାଙ୍କ ସିନିୟର ଅଫିସର ତାଙ୍କୁ ଗାଳି କରିଥିଲେ । ଜାଣିଶୁଣି ବ୍ୟକ୍ତିଗତ ଆକ୍ରୋଶ ରଖି ୬୦ ଜଣ ପୋଲିସ୍ ଅଧିକାରୀଙ୍କ ଆଗରେ ଅପମାନିତ କରିଥିଲେ । ବାସ୍ ଏହି ଗୋଟିଏ ଘଟଣା ଉଦୟଙ୍କ ମନକୁ ଶକ୍ତ ଆଘାତ ଦେଇଥିଲା । ସେବେଠାରୁ ମନରେ ଗଣ୍ଠି ପକାଇଦେଲେ ଯେ ସେ ବି ବଡ ଅଫିସର ବନିବେ । ସେ ଦିନରୁ ଦୃଢ଼ତାର ସହ ଅଭ୍ୟାସରେ ଲାଗି ପଡ଼ିଲେ । ଆଉ ୬ ବର୍ଷ ପରେ ସେ ତାଙ୍କର ଏହି ଜିଦକୁ ପୂରା କରିଛନ୍ତି ।

ଏକ ସୁଯୋଗ ଭାବେ ନିଜ ଜୀବନରେ ବ୍ୟବହାର କଲେ । ଆଉ ଶେଷରେ ୨ ବର୍ଷ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଲା । ୭୮୦ ରାଙ୍କ ହାସଲ କରି ସେ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଁଚିପାରିଛନ୍ତି । ଉଦୟ ବହୁତ କମ୍‌ ବୟସରୁ ହିଁ ନିଜ ବାପାମାଆଙ୍କୁ ହରାଇଛନ୍ତି । ଯାହାପରେ ତାଙ୍କ ଜେଜେମା ତାଙ୍କୁ ଲାଳନ ପାଳନ କରି ବଢ଼ାଇଛନ୍ତି । ୨୦୧୩ରେ ସେ କନେଷ୍ଟବଳ ଚାକିରି ପାଇଥିଲେ । ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସେ ଚାକିରିରେ ରହି ଦାୟିତ୍ୱ ସମ୍ଭାଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.