Below header

ବିଗିଡ଼ିଲା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା, ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି

ବଲିଉଡ ଅଭିନେତା ଋଷି କପୁରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ହଠାତ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ସୂଚନା ସାମ୍ନାକୁ ଆସିଛି। ଯାହାପରେ ତାଙ୍କୁ ମୁମ୍ବାଇର ଏନ ଏଚ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଆମେରିକାରେ କର୍କଟ ରୋଗର ଚିକିତ୍ସା କରିବା ପରେ ଅଭିନେତା ଋଷି କପୁର ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିଲେ।

୨୦୧୮ମସିହାରେ ତାଙ୍କୁ କ୍ୟାନସର ହେବାର ଜଣାପଡିଥିଲା। ଏହାପରେ ସେ ନ୍ୟୁୟର୍କରେ ଏକ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଇବା ପରେ ମୁମ୍ବାଇ ଫେରିଥିଲେ। ନିଜେ ଘରକୁ ଫେରିବା ପରେ ସେ ଟ୍ୱିଟ କରି କହିଥିଲେ, “ବ୍ୟାକ ହୋମ, ୧୧ ମାସ ୧୧ ଦିନ! ଆପଣ ସମସ୍ତିଙ୍କୁ ଧନ୍ୟବାଦ!”

rishi kapoorଚଳିତ ବର୍ଷ ଫେବୃଆରୀରେ ମଧ୍ୟ ହଠାତ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଏହାକୁ ନେଇ ସେ କହିଥିଲେ, ମତେ ଇଂଫେକ୍ସନ ହୋଇଥିଲା ଏବଂ ଏହାର ଚିକିତ୍ସା ଜାରି ରହିଛି। ଏଥିରେ ବିଚଳିତ ହେବାର କିଛି କଥା ନାହିଁ। କାରଣ ପ୍ରଦୂଷଣ କାରଣରୁ ଇଂଫେକ୍ସନ ହୋଇଥିଲା।

ରିପୋର୍ଟ ଅନୁଯାୟୀ ଋଷି କପୁର ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆ ଜରିଆରେ ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ନିଜ ମତ ରଖିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.