ଚାଣକ୍ୟ ନୀତି: ସଙ୍କଟ ସମୟରେ ଧନ ହିଁ ସାଜିଥାଏ ସବୁଠୁ ବଡ଼ ସାହାରା, ଏଭଳି କରନ୍ତୁ ସଞ୍ଚୟ

ଶ୍ରେଷ୍ଠ ବିଦ୍ୱାନଙ୍କ ମଧ୍ୟରୁ ଆଚାର୍ଯ୍ୟ ଚାଣକ୍ୟ ଜଣେ। ଚାଣକ୍ୟ ପ୍ରତ୍ୟେକ ଜିନିଷକୁ ଖୁବ ପରଖିବା ପରେ ସେନେଇ କିଛି ମନ୍ତବ୍ୟ ଦେଇଥାନ୍ତି, ଯାହା ବ୍ୟକ୍ତିଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସଙ୍କଟ ସମୟରେ ଯେତେବେଳେ ସମସ୍ତେ ହାତ ଛାଡ଼ି ଦିଅନ୍ତି ସେତେବେଳେ କେବଳ ଗୋଟିଏ ଜିନିଷ ସାହାରା ସାଜିଥାଏ, ତାହା ହେଉଛି ଧନ। ଏଣୁ ସବୁବେଳେ ଧନ ସଞ୍ଚୟ କରିବା ଉଚିତ।

How to save more money in 2018

ଚାଣକ୍ୟଙ୍କ ମତରେ ବିପଦ ସମୟରେ ଯଦି ତୁମ ନିକଟରେ ଧନ ଅଛି ତେବେ ତୁମେ ସହଜରେ ବିପଦକୁ ଏଡ଼ାଇପାରିବ। ଏଣୁ ବିପଦ ବେଳେ ଧୈର୍ଯ୍ୟହରା ନ ହେବାକୁ ଚାଣକ୍ୟ କହିଛନ୍ତି। ତେବେ ଜଣେ ସଞ୍ଚୟ କଲେ ହିଁ ବିପଦ ବେଳେ ଏହା ସହାୟକ ହୋଇପାରିବ। ଏଣୁ ଚାଣକ୍ୟ ଧନ ସଞ୍ଚୟ କରିବାକୁ ପରାମର୍ଶ ଦେଇଛନ୍ତି।

Basic Tenets of Chanakya Neeti | My India

ଚାଣକ୍ୟଙ୍କ ଅନୁସାରେ ଧନ ମାମଲାରେ ବ୍ୟକ୍ତିଙ୍କୁ ସତର୍କ ରହିବା ଉଚିତ। ସଞ୍ଚୟ କରିବା ଏକ ଉତ୍ତମ ଗୁଣ। ଧନର ବ୍ୟବହାର ଭାବିଚିନ୍ତି କରିବା ଆବଶ୍ୟକ। ଅଯଥା ଖର୍ଚ୍ଚ କରିବା ଅନୁଚିତ। ଆବଶ୍ୟକତା ଥିଲେ ହିଁ ଟଙ୍କା ଖର୍ଚ୍ଚ କରିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ଧନ ହେଉଛି ମଣିଷର ପ୍ରକୃତ ସାଥୀ।

Ways to Save Money that you might not think About | All Perfect ...

ତେବେ ନିଜ ପାଖରେ କେତେ ଧନ ସମ୍ପଦ ଅଛି ସେନେଇ ଦେଖେଇ ହେବା ଅନୁଚିତ। ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବା ଜରୁରୀ। ଅନ୍ୟଲୋକକୁ ଛୋଟ ଦେଖେଇବା ପାଇଁ କେବେ ବି ଧନ ବ୍ୟବହାର କରନ୍ତୁ ନାହିଁ। ଏଭଳି କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଓ ସଙ୍କଟ ସମୟରେ ଛାଡ଼ି ପଳାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.