ଘରେ ଲଗାନ୍ତୁ ଏହି ସବୁ ଗଛ, ଭିତରକୁ ପଶି ପାରିବେ ନାହିଁ ମଶା

ଭାରତ ସମେତ ପୁରା ବିଶ୍ୱରେ ଦିନ କୁ ଦିନ କରୋନା ପ୍ରଭାବ ବଢ଼ିବାରେ ଲାଗିଛି । ଗୋଟେ ପଟେ ଏହି ମରାତ୍ମକ ମହାମାରୀରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟ ପଟେ ମଶା ମାନେ ବି ନିଜ ପ୍ରାଦୁର୍ଭାବ ବଢ଼ାଇ ବାରେ ଲାଗିଛନ୍ତି । ମଶା କାମୁଡିବା ଦ୍ୱାରା ମେଲେରିଆ, ଡେଙ୍ଗୁ, ସ୍ୱାଇନ ଫ୍ଲୁ ହେବାର ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ । ଘରର ଆଖପାଖରେ ଦିନ ଦିନ ଧରି ପାଣି ଜମା ରହିବା ବି ମଶାଙ୍କ ବଂଶ ବୃଦ୍ଧିର କାରଣ ପାଲଟି ଥାଏ । ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଔଷଧ, କୀଟନାଶକ, କ୍ରିମ, ଧୂପ ଆଦିର ବ୍ୟବହାର କରିଥାନ୍ତି । ଏଗୁଡିକ ହୁଏତ ମଶା ଦାଉରୁ କିଛି ସମୟ ପାଇଁ ସୁରକ୍ଷା ଦେଇପାରେ । କିନ୍ତୁ ସତ ପ୍ରତିଶତ ଲାଭ ମିଳିନଥାଏ । କିନ୍ତୁ ଆପଣ ଜାଣନ୍ତିକି, ଘରେ କେତେକ ଗଛ ଲଗାଇବା ଦ୍ୱାରା ମଧ୍ୟ ଆପଣ ଏହି ମାରାତ୍ମକ ମଶା ଦାଉରୁ ସୁରକ୍ଷା ପାଇପାରିବେ ।

mos

ତୁଳସୀ:

ହିନ୍ଦୁ ଧର୍ମରେ ତୁଳସୀର ଅନେକ ମହତ୍ୱ ରହିଛି । ଏହି ଗଛ ଆଖପାଖରେ ଲଗାଇବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ । ଘରର କବାଟ ବା ଝରକା ପାଖରେ ଆପଣ ଏହି ଗଛ ରଖି ପାରିବେ । ତୁଳସୀର ବାସ୍ନାରେ ମଶା ମାନେ ବି ଘର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ । ଆଉ ମଧ୍ୟ ଯଦି ମଶା କାମୁଡିବା ଦ୍ୱାରା କ୍ଷତ ସୃଷ୍ଟି ହେଲେ ଆପଣ ତା ଉପରେ ତୁଳସୀ ପତ୍ର ରଗଡ଼ିକି ଲଗାଇଲେ କିଛି ସମୟ ଭିତରେ ଆରାମ ମିଳିବ ।

mos

ସିଟ୍ରନେଲା ଗଛ:

ମଶା ଦାଉରୁ ସୁରକ୍ଷା ପାଇଁ ସିଟରନେଲା ବି ଖୁବ ଲାଭକାରୀ ହୋଇଥାଏ । ଏହାର ବାସ୍ନା ଠାରୁ ମଶା ଦୁରେଇ ରୁହନ୍ତି । ଆପଣ ହୁଏତ ଜାଣି ନଥିବେ ବିଭିନ୍ନ ପ୍ରକାର ମଶା ମରା କ୍ରିମରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ ।

mos

ଲେମନ ବାମ:

ଏହି ଗଛର ଫୁଲର ଗନ୍ଧ ଖୁବ ତୀବ୍ର ହୋଇଥାଏ | ଏହି କାରଣରୁ ମଶା ଏହା ଠାରୁ ଦୁରେଇ ରହିଥାନ୍ତି । ସାଧାରଣତଃ ଘରର ସାଜ୍ଜସଜ୍ଜାରେ ଏହାର ଉପଯୋଗ କରାଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.