Below header

ଦେଶରେ କରୋନା ନେଲାଣି ୧୦୭୪ ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୨ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସାଂଘାତିକ ହେଉଛି କରୋନା ସ୍ଥିତି। ସର୍ବାଧିକ ୯ହଜାର ୯୧୫ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩୨ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୨ ଜଣଙ୍କ ଜୀବନ ନେଲାଣି ଭାଇରସ୍‌। ଦ୍ୱିତୀୟରେ ରହିଛି ଗୁଜରାଟ। ସେହପରି ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। ଦେଶରେ ଏପର୍ଯ୍ୟନ୍ତ ୧୦୭୪ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୩୩ହାଜର ୫୦ଜଣ ଆକ୍ରାନ୍ତ ହୋଇଛନ୍ତି। ସୁସ୍ଥ ହୋଇ ଫେରିଛନ୍ତି ୮ହଜାର ୩୨୫ । ବିଭିନ୍ନ ହସ୍ପିଟାଲରେ ୨୩ହଜାର ୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.