ଏବେ ଘରେ ବସି BSNL, Airtel ଏବଂ Vodafone-Idea ଗ୍ରାହକ କରିପାରିବେ ଇନକମ, ଜାଣନ୍ତୁ କିପରି 

ବିଏସଏନଏଲ(BSNL) ନିଜ ଗ୍ରାହକଙ୍କ ପାଇଁ ଘରେ ବସି ଇନକମ କରିବାର ଅଫର ଲଞ୍ଚ କରିଛି। BSNL ଏଭଳି ଏକ ସ୍କିମ ଲଞ୍ଚ କରିଛି, ଯେଉଁଥିରେ ଗ୍ରାହକ ଅନ୍ୟ ରିଚାର୍ଜ କରି ୪% ଡିସକାଉଣ୍ଟ ପାଇପାରିବେ। ଏହି ଅଫର ଜରିଆରେ BSNL ର ରେଜିଷ୍ଟେଡ଼ ୟୁଜର୍ସ ନିଜ ସାଙ୍ଗ-ସାଥି ଏବଂ ସମ୍ପର୍କୀୟଙ୍କ ରିଚାର୍ଜ କରି ୪% ର ହ୍ରାସ ପାଇବା ସହ ଆୟ କରିପାରିବେ।

bsnl

ରିପୋର୍ଟ ଅନୁଯାୟୀ BSNL ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ନିଜ ଗ୍ରାହକଙ୍କୁ ଏଭଳି ୨ ଟି ସ୍କିମର ଲାଭ ଯୋଗାଇ ଦେଇଛି। ଏହି ୨ଟି ସ୍କିମରେ “ଘରେ ବସି ରିଚାର୍ଜ” ଏବଂ “ନିଜ ଲୋକଙ୍କ ସାହାଯ୍ୟରେ ରିଚାର୍ଜ” ଜରିଆରେ ଆୟ କରିପାରିବେ। କମ୍ପାନୀର ଏଭଳି ସ୍କିମ ଲଞ୍ଚ କରିବାର କାରଣ ହେଉଛି ଲକଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରିବା।

BSNL ଗ୍ରାହକ ନିଜ ସାଙ୍ଗମାନଙ୍କୁ ରିଚାର୍ଜ ପାଇଁ ରିକ୍ୱେଷ୍ଟ ପଠାଇ ପାରିବେ କିନ୍ତୁ ସେହି ସମୟରେ କମ୍ପାନୀ କ୍ୟାସ ବ୍ୟାକ କିମ୍ବା ଡିସକାଉଣ୍ଟ ଘୋଷଣା କରିନଥିଲା। ସୂଚନା ମୁତାବକ ଏହି ଲାଟେଷ୍ଟ ଡିସକାଉଣ୍ଟ ସ୍କିମ ଅଫିସିଆଲ MY BSNL ଆପ ଜରିଆରେ ଉପଲବ୍ଧ କରାଯାଇଛି।

କରୋନା ଭାଇରସ ପାଇଁ ଜାରି କରାଯାଇଥିବା ଲାକଡାଉନରେ ଟେଲିକମ ଅପରେଟର ଭୋଡାଫୋନ-ଆଇଡିଆ ‘Recharge for Good’ ଅଫର ଘୋଷଣା କରିଛି। କମ୍ପାନୀର ଏହି ପ୍ରୋଗ୍ରାମର କାରଣ ହେଉଛି ଅନଲାଇନ ରିଚାର୍ଜ ବୃଦ୍ଧି କରିବା। ସୂଚନା ମୁତାବକ ଏହି ସ୍କିମରେ ୟୁଜର୍ସ ଅନ୍ୟ ନମ୍ବର ରିଚାର୍ଜ କରି ୬%ର କ୍ୟାସ ବ୍ୟାକ ପାଇପାରିବେ।

ଏହାବ୍ୟତୀତ ଭାରତୀୟ ଏୟାରଟେଲ କମ୍ପାନୀ ମଧ୍ୟ ଚଳିତ ସପ୍ତାହରେ ଏଭଳି ପ୍ରୋଗ୍ରାମ ଆରମ୍ଭ କରିଛି,ଯେଉଁଥିରେ ଏୟାରଟେଲ ଥ୍ୟାକ୍ସ ଆପରେ Super Hero feature ଜରିଆରେ କ୍ୟାସ ବ୍ୟାକ ପାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.