ନ୍ୟୁୟର୍କରେ କ୍ୟାନସର ଚିକିତ୍ସା କରାଇ ଦୀର୍ଘଦିନ ପରେ ଘରକୁ ଫେରିଲେ ରିଷି କପୁର, ଘରଲୋକ କଲେ ଏପରି ସ୍ୱାଗତ
କପୁର ପରିବାର ପାଇଁ ଏବେ ସେଲିବ୍ରେଶନର ଦିନ। ଏହି ମଉକା ସେମାନଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ରିଷି କପୁର ନ୍ୟୁୟର୍କରେ ନିଜ ଚିକିତ୍ସା କରାଇ ଦୀର୍ଘ ଦିନ ପରେ ଭାରତ ଫେରିଛନ୍ତି। ଯଦିଓ ଘରେ ରିଷି କପୁରଙ୍କୁ ବହୁତ ସାଦାସିଧା ଢଙ୍ଗରେ ସ୍ୱାଗତ କରାଯାଇଛି, ତଥାପି ନିଆରା ତରିକାରେ କରାଯାଇଛି। ନୀତୁ କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଫଟୋ ସେୟାର କରି ନୀତୁ ଲେଖିଛନ୍ତି, ‘ଏହି ସିମ୍ପଲ ବେଲୁନ୍ରେ ବହୁତ ଭଲପାଇବା ରହିଛି। କହି ରଖୁଛୁ କି, ନୀତି ଯେଉଁ ଫଟୋ ସେୟାର କରିଛନ୍ତି, ତାହା ଏକ ବେଲୁନର ଫଟୋ। ସେହି ବେଲୁନରେ ଲେଖାଯାଇଛି, ‘ଓ୍ଵଲକମ୍ ହୋମ୍ ଡାଡ୍’।
ଗତ ବର୍ଷ ସେପ୍ଟେମ୍ବରରେ ରିଷି କପୁର କ୍ୟାନସର ଚିକିତ୍ସା କରାଇବାକୁ ନ୍ୟୁୟର୍କ ଯାଇଥିଲେ। ସେଠାରେ ତାଙ୍କର ୧ ବର୍ଷ ପଯ୍ୟର୍ନ୍ତ ଚିକିତ୍ସା ଚାଲିଥିଲା। ସେହି ସମୟ ରିଷିଙ୍କ ପାଇଁ ବହୁତ କଠିନ ଥିଲା, କିନ୍ତୁ ଏହି ମୁସ୍କିଲ ପରିସ୍ଥିତିରେ ସ୍ତ୍ରୀ ତାଙ୍କ ସାଥୀରେ ଥିଲେ। ସେ ତାଙ୍କ ସପୋର୍ଟ ସିଷ୍ଟମ ବନିଯାଇଥିଲେ। ଶେଷରେ ରିଷି କପୁର କ୍ୟାନସରରୁ ମୁକ୍ତ ହୋଇ ଭାରତ ଫେରିଛନ୍ତି। ମୁମ୍ବାଇ ଏୟାରପୋର୍ଟରେ ଏହି ଅଭିନେତାଙ୍କୁ ସ୍ତ୍ରୀ ନୀତୁଙ୍କ ସହିତ ସ୍ପଟ କରାଯାଇଥିଲା।