ଅକ୍ଟୋବର ୮ରେ ଫ୍ରାନ୍ସ ଯାଇ ରାଫେଲ ଆଣିବେ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ ଏହି ଦିନର ସ୍ୱତନ୍ତ୍ରତା

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ଅକ୍ଟୋବର ୮ ତାରିଖରେ ଫ୍ରାନ୍ସ ଗସ୍ତ କରିବେ। ସେ ସେଠାକୁ ଯାଇ ଭାରତର ପ୍ରଥମ ରାଫେଲ୍‌ ଜେଟ୍‌ ରିସିଭ୍‌ କରିବେ ବୋଲି ଜଣାଯାଇଛି।

ରିପୋର୍ଟ ଅନୁସାରେ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରକ୍ଷା ସଚିବ ଅଜୟ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅକ୍ଟୋବର ୮ ତାରିଖରେ ଫ୍ରାନ୍ସ ଯାତ୍ରା କରିବେ। ରକ୍ଷା ମନ୍ତ୍ରଣାଳୟର ସୂଚନାନୁଯାୟୀ, ସେପ୍ଟେମ୍ବର ତୃତୀୟ ସପ୍ତାହ ମଧ୍ୟରେ ରାଫେଲ୍‌ କିଣିବାର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ଫ୍ରାନ୍ସ ଯାଇ ଜେଟ୍‌କୁ ରିସିଭ୍‌ କରିବେ।

ଏହାସହ ପଢନ୍ତୁ: ଜମ୍ମୁ-କଶ୍ମୀରକୁ ଭାରତର ରାଜ୍ୟ ବୋଲି ମାନିଲା ପାକିସ୍ତାନ

ତେବେ ଅକ୍ଟୋବର ୮ ତାରିଖକୁ ଦୁଇଟି କାରଣରୁ ଶୁଭ ବୋଲି ବିବେଚନା କରାଯାଉଛି। ପ୍ରଥମତଃ ସେହି ଦିନଠାରୁ ଦଶହରା ଉତ୍ସବ ଆରମ୍ଭ ହେଉଛି, ଦ୍ୱିତୀୟରେ ଅକ୍ଟୋବର ୮ ହେଉଛି ଏୟାରଫୋର୍ସ ଡେ। ଏଣୁ ଏହି ଦିନ ରାଫେଲ୍‌ କିଣାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ରାଫେଲ୍‌ ଆସିବା ପୂର୍ବରୁ ଭାରତୀୟ ବାୟୁସେନାର ୨୪ ଜଣ ପାଇଲଟଙ୍କୁ ଟ୍ରେନିଂ ଦିଆଯିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.