ଛୋଟବେଳୁ ହରାଇଛନ୍ତି ଦୁଇଟି ଯାକ ଗୋଡ଼, ତଥାପି ର‍୍ୟାମ୍ପରେ ଚାଲି ଇତିହାସ ସୃଷ୍ଟି କଲେ ଏହି ବାଳିକା

ଦୁଇଟି ଯାକ ଗୋଡ଼ ହରାଇଥିବା ଜଣେ ୯ ବର୍ଷୀୟା ବାଳିକା ନ୍ୟୁୟର୍କ ଫ୍ୟାଶନ ଓ୍ଵିକ୍‌ରେ ର‍୍ୟାମ୍ପରେ ଚାଲି ଇତିହାସ ସୃଷ୍ଟି କରିଛନ୍ତି। ଡେଜି ଡିମେଟ୍ରି ନାମ୍ନୀ ଏହି ବାଳିକା ପିଲାବେଳେ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଦୁଇଟି ଗୋଡ଼କୁ କାଟିବାକୁ ପଡ଼ିଥିଲା। ଏହି କୁନି ମଡେଲ ଜଣକ ଚଳିତ ସପ୍ତାହରେ ପ୍ୟାରିସ୍‌ ଫ୍ୟାଶନ ଓ୍ଵିକ୍‌ରେ ମଧ୍ୟ ଭାଗ ନେବେ। ସେ ବର୍ମିଂଘମରେ ରହୁଛନ୍ତି। ତେବେ ନ୍ୟୁୟର୍କ ଫ୍ୟାଶନ ଓ୍ଵିକ୍‌ରେ ସାମିଲ ହୋଇ ତାଙ୍କୁ ବେଶ୍‌ ଗର୍ବ ଅନୁଭବ ହେଉଥିବା ଡେଜି କହିଛନ୍ତି।

ଏହି ଫ୍ୟାଶନ ଓ୍ଵିକରେ ସେ ଏକ ବ୍ରାଣ୍ଡ ପାଇଁ ର‍୍ୟାମ୍ପ୍‌ ଓ୍ଵାକ୍‌ କରିଥିଲେ। ଜନ୍ମରୁ ହିଁ ଡେଜି ଫିବୁଲାର୍‌ ହେମିମେଲିଆ ନାମକ ରୋଗରେ ପୀଡ଼ିତ ଥିଲେ, ଯେଉଁ କାରଣରୁ ତାଙ୍କ ହାଡ଼ ବିକଶିତ ହୋଇପାରୁ ନ ଥିଲା। ମାତ୍ର ୧୮ ମାସ ବୟସରେ ହିଁ ତାଙ୍କର ଦୁଇଟି ଗୋଡ଼କୁ ଡାକ୍ତରଙ୍କୁ କାଟିବାକୁ ପଡ଼ିଥିଲା।

deji2

deji1

ଏହାସହ ପଢ଼ନ୍ତୁ: ଚନ୍ଦ୍ରାୟନ-୨କୁ ନେଇ ଟ୍ରୋଲ କରୁଥିଲେ ପାକିସ୍ତାନୀ, ଭିଡିଓ କରି କଡା ଜବାବ୍‌ ଦେଲେ ଲୋକପ୍ରିୟ ସିଙ୍ଗର୍‌ ଅଦନାନ୍‌ ସାମୀ

ର‍୍ୟାମ୍ପରେ ଡେଜିଙ୍କୁ ତାଙ୍କ ୧୧ ବର୍ଷୀୟା ଭଉଣୀ ସାହାଯ୍ୟ କରିଥିଲେ। କୃତ୍ରିମ ଗୋଡ଼ ସାହାଯ୍ୟରେ ସେ ମାତ୍ର ୮ ବର୍ଷ ବୟସରୁ ମଡେଲିଂ କରିବା ଆରମ୍ଭ କରିଥିଲେ। ଯେତେବେଳେ ସେ ଗର୍ଭରେ ଥିଲେ, ତାଙ୍କ ବାପା, ମା’ଙ୍କୁ ଝିଅର ଗମ୍ଭୀର ରୋଗ ବିଷୟରେ ଜଣାପଡ଼ିଥିଲା। ଡେଜିଙ୍କ ଗୋଟିଏ ଗୋଡ଼ରେ ହାଡ଼ ନ ଥିଲା ଏବଂ ଆଉ ଏକ ଗୋଡ଼ରେ ହାଡ଼ର ମାମୁଲି ବିକାଶ ହୋଇଥିଲା। ୮ ଘଣ୍ଟାର ସର୍ଜରୀ ପରେ ତାଙ୍କ ଗୋଡ଼ ଦୁଇଟିକୁ କାଟିବାକୁ ପଡ଼ିଥିଲା।