ବ୍ରେକ୍‌ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ‘ବାନାନା ବ୍ରେଡ୍‌’

ବାନାନା ବ୍ରେଡ୍‌ ପିଲାମାନଙ୍କ ବ୍ରେକଫାଷ୍ଟ ପାଇଁ ଏକ ବଢ଼ିଆ ଅପଶନ ହୋଇପାରେ। ଟି-ଟାଇମ୍‌ ହେଉ କି ସନ୍ଧ୍ୟା ଜଳଖିଆ ସମୟ, ଆପଣ କେତେବେଳେ ବି ଏହାକୁ ବନାଇ ପିଲାମାନଙ୍କୁ ଦେଇପାରିବେ। ଏହା ଶୀଘ୍ର ବି ପ୍ରସ୍ତୁତ ହୋଇଯାଏ ଏବଂ ଘରେ ମଧ୍ୟ ଖୁବ୍‌ ସହଜରେ ତିଆରି କରାଯାଇପାରେ।

bread1

ଏହାସହ ପଢ଼ନ୍ତୁ: ଲୁଣ ଛଡ଼ା ଏହି ସବୁ ଜିନିଷରୁ ବି ମିଳିଥାଏ ଭରପୂର ମାତ୍ରାରେ ଆୟୋଡିନ

ଆବଶ୍ୟକ ସାମଗ୍ରୀ

-୨ କପ୍‌ ମଇଦା
-୧ ଛୋଟ ଚାମଚ ବେକିଂ ପାଉଡର
-ଲୁଣ ସ୍ୱାଦ ଅନୁସାରେ
-୨ଟି ପାଚିଲା କଦଳୀ
-୧/୩ କପ୍‌ ଲହୁଣୀ
-୨/୩ କପ୍‌ ଚିନି ଗୁଣ୍ଡ
-୨ ବଡ଼ ଚାମଚ କ୍ଷୀର

ପ୍ରସ୍ତୁତ ପ୍ରଣାଳୀ

ବାନାନା ବ୍ରେଡ୍‌ ବନାଇବା ପାଇଁ ପ୍ରଥମେ ଏକ ଜାଗାରେ ପାଚିଲା କଦଳୀ ନେଇ ଚକଟି ଦିଅନ୍ତୁ। ଏବେ ଏଥିରେ ଲହୁଣୀ ଏବଂ ଚିନି ଗୁଣ୍ଡ ପକାଇ ଫେଣ୍ଟି ଦିଅନ୍ତୁ। ଅନ୍ୟ ଏକ ଜାଗାରେ ମଇଦାରେ ବେକିଂ ପାଉଡର ମିଶାନ୍ତୁ ଏବଂ ଏହାକୁ ଲହୁଣୀ ଓ ଚିନି ଘୋଳରେ ମିଶାଇ ଦିଅନ୍ତୁ। ଉପରେ କ୍ଷୀର ପକାଇ ଗାଢ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଏହା ଯେପରି ଗୋଟା ଗୋଟା ହୋଇ ନ ଯାଏ। ବେକ୍‌ କରିବା ପାଇଁ ବେକିଂ ଟ୍ରେରେ ଲହୁଣୀ ଲଗାନ୍ତୁ। ଏବେ ସାମାନ୍ୟ ମଇଦା ନେଇ ଟ୍ରେର ସୁବଆଡ଼େ ଛିଞ୍ଚି ଦିଅନ୍ତୁ। ବର୍ତ୍ତମାନ ମିଶ୍ରଣକୁ ଟ୍ରେରେ ଢାଳି ସେଟ୍‌ କରିଦିଅନ୍ତୁ। ଓଭାନକୁ ୧୮୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ଫିହିଟ୍‌ କରନ୍ତୁ। ବେକିଂ ଟ୍ରେକୁ ଓଭାନରେ ରଖି ୨୫ ମିନିଟ୍‌ ଯାଏ ବେକ୍‌ କରନ୍ତୁ। ସମୟ ସରିଆସିଲେ ବ୍ରେଡ୍‌ ଉପର ବ୍ରାଉନ୍‌ ହୋଇଛି କି ନାହିଁ, ଚେକ୍‌ କରିନିଅନ୍ତୁ। ଯଦି ନ ହୋଇଥାଏ, ତା’ହେଲେ ଆଉ ୫ ମିନିଟ୍‌ ବେକ୍‌ କରନ୍ତୁ। ଏବେ ବାନାନା ବ୍ରେଡ୍‌ ଟ୍ରେକୁ ଓଭାନରୁ ବାହାର କରିଆଣନ୍ତୁ। ପ୍ରସ୍ତୁତ ହୋଇଗଲା ନରମ ତଥା ସ୍ପଞ୍ଜି ବାନାନା ବ୍ରେଡ୍‌। ଏହାକୁ ଆପଣ କ୍ଷୀର ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.