Below header

ବାପା ହେବେ ଭାଇଜାନ୍‌, ବିବାହ ପୂର୍ବରୁ ପିଲା ଜନ୍ମ କରିବେ ବଲିଉଡ୍‌ ଟାଇଗର୍‌

ବିବାହ ପୂର୍ବରୁ ପିଲା ଜନ୍ମ କରିବେ ବଲିଉଡ୍‌ ଟାଇଗର୍‌ । ବାପା ହେବେ ଭାଇଜାନ୍‌ । ଆଜ୍ଞା ହଁ ଏଭଳି କିଛି ଖବର ଏବେ ବିଟାଉନରେ ଚର୍ଚ୍ଚାରେ । ଅନେକ ହିରୋଇନଙ୍କ ସହ ଡେଟ୍‌ କରିବା ପରେ ଏବେ ବିବାହ ନକରି ବାପା ହେବାକୁ ନିଷ୍ପତ୍ତି ନେଇଛନ୍ତି ସଲମାନ୍‌ ଖାନ୍‌ ।

ମିଳିଥିବା ଖବର ମୂତାବକ, ବିବାହ ସିନା କରିପାରିଲେନି ହେଲେ ବାପା ନିଶ୍ଚୟ ହେବେ ବୋଲି ମନ ବଳାଇ ସାରିଛନ୍ତି ସୁଲତାନ୍‌ । ଆଉ ନିଜର ଏହି ସ୍ୱପ୍ନକୁ ପୁରା କରିବା ପାଇଁ ସରୋଗେସୀର ସାହାରା ନେବେସଲମାନ୍‌ । ଅର୍ଥାତ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଯାଉଛନ୍ତି ସଲମାନ୍‌ । ସେହିପରି ଏକ ସାକ୍ଷାତକାରରେ ସଲମାନ୍‌ କହିଥିଲେ ମୁଁ ବାପା ହେବାକୁ ଚାହୁଁଛି , ହୋଇପାରେ ମୁଁ ବିବାହ ନକରି ସିଙ୍ଗଲ୍‌ ଫାଦର ହେବି ।

ତେବେ ଭାଇଜାନ୍‌ ଏସବୁ ସେ ନିଜ ପାଇଁ ନୁହେଁ ବରଂ ନିଜ ବାପା ଏବଂ ମା’ଙ୍କ ପାଇଁ କରୁଛନ୍ତି । କାରଣ ସଲମାନଙ୍କ ପିଲାକୁ କୋଳରେ ଖେଳାଇବାକୁ ଚାହୁଁଛନ୍ତି ବାପା ସଲିମ୍‌ ଖାନ୍‌ ଏବଂ ମା’ ସଲମା ଖାନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.