Below header

ଶେଷ ହେଲା ସଲମାନ ଖାନଙ୍କ ସ୍ବଂୟମ୍ବର , ଜାଣନ୍ତୁ କିଏ ପିନ୍ଧାଇଲେ ବରମାଳା

ମୁମ୍ବାଇ : ଅପେକ୍ଷାର ଘଟିଛି ଅନ୍ତ। ବିଟାଉନରେ ବିବାହର ଋତୁ ଚାଲୁଥିବା ବେଳେ ଏବେ ବଲିଉଡ଼ର ଭାଇଜାନଙ୍କ ଶେଷ ହୋଇଛି ସ୍ବଂୟମ୍ବର। କହିବାକୁ ଗଲେ ଦେଶର ଏଲିଜିବେଲ ବ୍ଯାଚଲର ସଲମାନ ଖାନ ଶେଷକୁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଯାହା ଏବେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ଘଟଣା ପଛର ସତ୍ୟତା।

salman

ସୂଚନା ଅନୁଯାୟୀ, ବିଗବସ ୧୨ର ଉପସ୍ଥାପନା କରୁଥିବା ସଲମାନ ଖାନ ସେହି ସମୟରେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ ଯେତେବେଳେ ତାଙ୍କ ଶୋକୁ ଟିଭିର ଦୁଇ ଅଭିନେତ୍ରୀ ପହଞ୍ଚିଥିଲେ ହାତରେ ବରମାଳା ଧରି। ସେମାନେ ବିଲକୁଲ କିଛି ନଶୁଣି ସଲମାନଙ୍କ ଗଳାରେ ହାର ପକାଇବାକୁ ଚେଷ୍ଠା କରିଥିଲେ। ବାସ୍ତବରେ ଏହି ଘଟଣା ଦେଖିବାକୁ ମିଳିଛି ରବିବାର ଦିନ ପ୍ରସାରିତ ହୋଇଥିବା ବିଗବସ ୧୨ ୱିକେଣ୍ଡ କା ୱାରରେ। ଏହି ସମୟରେ ଧାରାବାହିକ  ନାଗିନର କଳାକାର ସୁରଭି ଜ୍ଯୋତି ଏବଂ ଅନିତା ହର୍ଷନନ୍ଦାନି ନଜର ଆସିଥିଲେ। ଦୁହେଁ ବିଗବସ ଘରେ ପ୍ରତିଯୋଗୀ ମାନଙ୍କ ସହ ମସ୍ତି କରିବା ସହ ସଲାମାନ ଖାନଙ୍କୁ ମଧ୍ୟ ବହୁତ ହଇରାଣ କରିଥିଲେ।

bigg boss

ଶୋ ସମୟରେ ଦୁହେଁ ସଲମାନଙ୍କ ସ୍ବଂୟମ୍ବର ଆୟୋଜିତ କରିବା ସହ ହାତରେ ଫୁଲ ମାଳ ଧରି ପହଞ୍ଚିଥିଲେ। ଯାହାକୁ ଦେଖି ସଲମାନ ଡ଼ରିଯାଇଥିଲେ। ଏହି ସମୟରେ ଅଭିନେତା ସଲାମାନ ସେହି ଦୁଇ ଅଭିନେତ୍ରୀଙ୍କୁ ତାଙ୍କର ବୟସ ପଚାରିଥିଲେ । ଜଣେ ତାଙ୍କର ବୟସ ଏକ ହଜାର ବର୍ଷ କହିଥିବା ବେଳେ ଆଉ ଜଣେ କହିଥିଲେ ୭୮୦ ବର୍ଷ। ଯାହା ଶୁଣି ସେଠାରେ ଉପସ୍ଥିତ ସମସ୍ତ ବ୍ଯକ୍ତି ହସିବା ଆରମ୍ଭ କରିଥିଲେ। ବହୁତ ବଞ୍ଚିବା ପରେ ସଲମାନଙ୍କୁ ବରମାଳା ପିନ୍ଧାଇବାରେ ସମର୍ଥ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.