ପାନ୍ କାର୍ଡ ଅପ୍ଲିକେସନରେ ଆୟକର ବିଭାଗ କରିଛି ପରିବର୍ତ୍ତନ, ଆବେଦନ କରିବା ପୂର୍ବରୁ ଜାଣିରଖନ୍ତୁ

ନୂଆଦିଲ୍ଳୀ : ଆୟକର ବିଭାଗ ପାନ୍ କାର୍ଡ଼ ଅର୍ଥାତ୍ ପେମେଣ୍ଟ ଆକାଉଣ୍ଟ ନମ୍ବର ପାଇଁ ମିଳିବା ପାଇଁ ରହିଥିବା ଫର୍ମରେ କିଛିଟା ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ସିବିଡ଼ିଟି ଦ୍ବାରା ଆୟକର ବିଭାଗରେ କରାଯାଇଛି। ନିୟମ ଅନୁଯାୟୀ ଫର୍ମରେ ପିତାଙ୍କ ନାମ ଉଲ୍ଲେଖ କରିବା ଆଉ ବାଧ୍ୟତାମୂଳକ ନୁହଁ।

Application-for-PAN-through-Online-Services

ଆୟକର ବିଭାଗ ତରଫରୁ ଦେଶର କର ଦାତାଙ୍କ ପାଇଁ ଜାରି କରାଯାଇଥିବା ନିର୍ଦ୍ଦିଷ୍ଠ ପରିଚୟ ପତ୍ର ଅଟେ ପାନ କାର୍ଡ଼। ଏହି ସଂଖ୍ଯା ବ୍ଯାଙ୍କ ଆକାଉଣ୍ଟ ଖୋଲିବାରୁ ଆରମ୍ଭ କରି ଆୟକର ରିର୍ଟର୍ଣ୍ଣ ଫାଇଲ ଆଦି ଆଦୟ କରିବାରେ ସହାୟକ ହୋଇଥାଏ। ତେବେ ସଂଶୋଧିତ ନିୟମରେ ଉଲ୍ଲେଖ କରାଯାଇଛି କି, ଏବେ ସିଙ୍ଗଲ ପ୍ଯାରେଣ୍ଟଙ୍କୁ ଆଉ ପିତାଙ୍କ ନାମ ଫର୍ମରେ ଉଲ୍ଲେଖ କରିବା ଜରୁରୀ ନୁହଁ। ସିବିସିଡ଼ି ଦ୍ବାରା ପରିବର୍ତ୍ତିତ ଏହି ନିୟମକୁ ଆସନ୍ତା ଡ଼ିସେମ୍ବର ୫ ତାରିଖରୁ ଲାଗୁ କରାଯିବ। ତେବେ ଏହାର ଅଧିକ ସୂଚନା ପାଇଁ ଆପଣ ଆୟକର ବିଭାଗର ୱେବସାଇଟରେ ପାଇପାରିବେ।

pan

ନିୟମନୁଯାୟୀ, ଏବେ ପାନ କାର୍ଡ଼ରେ ପିତାଙ୍କ ନାମ ଜରୁରୀ ନାହିଁ । ଏଣୁ ସିଙ୍ଗଲ ପ୍ଯରେଣ୍ଟ ଅର୍ଥାତ୍ ମାତା କେବଳ ନିଜର ନାମ ରଖିପାରିବେ। ତେବେ ପାନକାର୍ଡ଼ ଆବେଦନ ସମୟରେ ନାମ, ଠିକଣା, ଜନ୍ମ ସ୍ଥାନ, ପିତା-ମାତାଙ୍କ ପରିଚୟ ଆଦି ତଥ୍ଯା ମଗାଯାଇଥାଏ। ଏଠାରେ ଆବେଦନ ପରେ ମଧ୍ୟ ସହଜରେ ଯେକୌଣସି ତଥ୍ଯର ପରିବର୍ତ୍ତନ କରାଯାଇପାରେ। ଏଣୁ ସରକାରଙ୍କ ତରଫରୁ ଏଥିରେ ଚାଲୁଥିବା ଧୋକାବାଜିକୁ ଅଟକାଇବା ପାଇଁ ପାନ୍ କାର୍ଡ଼ ସହ ଆଧାରକୁ ଲିଙ୍କ କରିବା ନିୟମ ରହିଛି। ଯାହାପରେ ଏହାକୁ କିଛି ମାତ୍ରାରେ ଅଟକାଯାଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.