Below header

ରାତି ୩ଟା ଯାଏଁ ଐଶ୍ଵର୍ଯ୍ୟା ରାୟଙ୍କ ଫ୍ଲାଟର କବାଟ ପିଟୁଥିଲେ ସଲମାନ୍ ଖାନ୍‌, ଲହୁଲୁହାଣ ହୋଇଯାଇଥିଲା ହାତ !

ଚଳିତ ବର୍ଷ ସଲମାନ ଖାନ୍ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ଓ୍ଵାଣ୍ଟେଡ ଭାଇ’ରେ ନଜର ଆସିବେ। ଏହି ଫିଲ୍ମକୁ ସଲମାନଙ୍କ ଫ୍ୟାନ୍ସ ବହୁ ଦିନ ଧରି ଚାହିଁ ରହିଛନ୍ତି। କେବଳ ଏତିକି ନୁହେଁ ବଲିଉଡ୍ କିଙ୍ଗ କୁହାଯାଉଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ରେ ବି କୋମିୟୋ ରୋଲରେ ନଜର ଆସିବେ ସଲମାନ ଖାନ୍‌। ତେବେ ଆଜି ଆମେ ଜାଣିବା ସଲମାନଙ୍କ ପର୍ସନାଲ ଲାଇଫ ବା ବ୍ୟକ୍ତିଗତ ଜୀବନୀ ବିଷୟରେ। ସେହି ଚ୍ୟାପ୍ଟର ବିଷୟରେ ଜାଣିବା ଯାହା ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା। ଆଜ୍ଞା ହଁ, ଆମେ ଆପଣଙ୍କୁ କହୁଛୁ ସଲମାନ୍ ଏବଂ ଐଶ୍ଵର୍ଯ୍ୟାଙ୍କ ଲଭ୍ ଆଫେୟାର ବିଷୟରେ। ତାହେଲେ ବିଳମ୍ବ କାହିଁକି, ଆସନ୍ତୁ ଜାଣିବା।

saluaକୁହାଯାଏ ଯେ ସଲମାନ ଖାନ୍ ଏବଂ ଐଶ୍ଵର୍ଯ୍ୟା ରାୟଙ୍କ ପ୍ରେମ କାହାଣୀର ଆରମ୍ଭ ୧୯୯୭ ମସିହାରେ ହୋଇଥିଲା। ଏହି ସମୟରେ ସଲମାନ୍ ଖାନ ଏବଂ ଆକ୍ଟ୍ରେସ ସୋମି ଅଲୀଙ୍କ ବିବାହ ବି ଚର୍ଚ୍ଚା ଜୋର ଧରିଥିଲା। ଖବର ଅନୁଯାୟୀ ସଲମାନ୍ ଖାନ ନିଜେ ହିଁ ସଞ୍ଜୟ ଲୀଲା ଭଂସାଲୀଙ୍କୁ କହି ‘ହମ୍ ଦିଲ୍ ଦେ ଚୁକେ ସନମ’ରେ ଐଶ୍ଵର୍ଯ୍ୟାଙ୍କର ଏଣ୍ଟ୍ରି କରାଇଥିଲେ। ଏହି ସମୟ ବେଳକୁ ଦୁହିଁଙ୍କ ପ୍ରେମର ସୁଅ ଆଗକୁ ବଢ଼ି ଯାଇଥିଲା।

saluଶୁଣିବାକୁ ମିଳିଥିଲା ଯେ ଏହି କାରଣରୁ ସୋମୀ ଅଲୀ ସଲମାନଙ୍କ ସହ ସମ୍ପର୍କ ଭାଙ୍ଗି ଦେଇ ଆମେରିକାରେ ସେଟଲ ହୋଇଯାଇଥିଲେ। ଏହାମଧ୍ୟ କୁହାଯାଉଥିଲା ଯେ ସଲମାନ୍ ଖାନଙ୍କ ପ୍ରେମରେ ଐଶ୍ଵର୍ଯ୍ୟା ଏମିତି ବୁଡିକି ଥିଲେ ଯେ ସେ ତାଙ୍କ ବାପା ମାଆ ସହ ବି ମନାନ୍ତର ମତାନ୍ତର କରିଥିଲେ। ଯାହାପରେ ଐଶ୍ଵର୍ଯ୍ୟା ନିଜ ବାପା ମାଆଙ୍କ ଘର ଛାଡି ଲୋଖଣ୍ଡବାଲା ସ୍ଥିତ ଗୋରଖ ହିଲ୍ସ ଟାଓ୍ଵାରରେ ଏକ ଆପାର୍ଟମେଣ୍ଟରେ ରହିଲେ। କିନ୍ତୁ କିଛି ସମୟ ପରେ ସଲମାନ ଏବଂ ଐଶ୍ଵର୍ଯ୍ୟା ଭିତରେ ଝଗଡା ଖବର ସାମ୍ନାକୁ ଆସିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥରେ ଗୋଟେ ରାତିରେ ସଲମାନ୍ ଖାନ୍ ଐଶ୍ଵର୍ଯ୍ୟାଙ୍କ ଲୋଖଣ୍ଡଓ୍ଵାଲା ସ୍ଥିତ ଫ୍ଲାଟରେ ପହଁଚି ଯାଇଥିଲେ ଏବଂ ରାତି ୩ଟା ପର୍ଯ୍ୟନ୍ତ କବାଟ ବାଡେଇଥିଲେ।

aishuଏହା ତ ଶୁଣିବାକୁ ମିଳିଥିଲା ଯେ କବାଟ ବାଡେଇ ସଲମାନଙ୍କ ହାତରୁ ରକ୍ତ ମଧ୍ୟ ବାହାରୁଥିଲା ଏବଂ ସେ ଐଶ୍ଵର୍ଯ୍ୟାଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ଯଦି ସେ କବାଟ ନ ଖୋଲନ୍ତି,ତାହେଲେ ସେ ବିଲ୍ଡିଙ୍ଗରୁ ତଳକୁ ଡେଇଁ ପଡିବେ। ଶୁଣିବାକୁ ମିଳେ ଯେ ସଲମାନଙ୍କ ଏହି ରାଗି ସ୍ୱଭାବ ଏବଂ ଆବଶ୍ୟକରୁ ଅଧିକ ପଜେସିଭ୍ ବ୍ୟବହାର ଯୋଗୁଁ ଐଶ୍ଵର୍ଯ୍ୟା ସବୁଦିନ ପାଇଁ ସଲମାନଙ୍କ ସହ ସବୁ ସମ୍ପର୍କ ଭାଙ୍ଗି ଅଲଗା ହୋଇଗଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.