ଏବେ ଫେସବୁକରୁ କମାଇ ପାରିବେ ପଇସା, ବିଜ୍ଞାପନ ଜରିଆରେ ମିଳିବ ଟଙ୍କା

ଏବେ ଫେସବୁକ ସାହାଯ୍ଯରେ କମାଇ ପାରିବେ ପଇସା। ସୋସିଆଲ ନେଟୱାର୍କିଂ ସାଇଟ୍ ଫେସବୁକ ଜରିଆରେ ଭିଡିଓ ବନାଉଥିବା ବ୍ଯକ୍ତିଙ୍କୁ ବିଜ୍ଞାପନ ଜରିଆରେ ପଇସା କମାଇବାର ସୁଯୋଗ ମିଳିବ। କମ୍ପାନୀ କହିଛି କି, ଏଭଳି ପ୍ଲାଟଫର୍ମ ଜରିଆରେ ଭିଡିଓ ବନାଉଥିବା ଲୋକଙ୍କ ପାଇଁ ପଇସା କମାଇବା ପାଇଁ ନୂଆ ଯୋଜନା ବିଷୟରେ ଫେସବୁକ୍ ଚିନ୍ତା କରୁଛି। କେଉଁ କେଉଁ ଉପାୟରେ ଲୋକ ଫେସବୁକରୁ ପଇସା ରୋଜଗାର କରିପାରିବେ ତାହା କମ୍ପାନୀ ଜଣାଇଛି।

ଫେସବୁକରେ ଭିଡିଓ କରୁଥିବା ଲୋକ ଏବେ ଏକ ମିନିଟ୍ ପର୍ଯ୍ଯନ୍ତ ଭିଡିଓ ବନାଇ ପଇସା କମାଇପାରିବେ। ଯେଉଁଥିରେ ସର୍ବନିମ୍ନ ୩୦ ସେକେଣ୍ଡର ବିଜ୍ଞାପନ ମିଳିବ। ତିନି ମିନିଟ୍ କିମ୍ବା ତାଠାରୁ ଅଧିକ ସମୟର ଭିଡିଓ ପାଇଁ ୪୫ ସେକେଣ୍ଡର ବିଜ୍ଞାପନ ଦେଖିବାକୁ ମିଳିବ।

facebook

ପ୍ରଥମେ କେବଳ ତିନି ମିନିଟ୍ କିମ୍ବା ତା’ ଠାରୁ ଅଧିକ ସମୟ ଭିଡିଓ କରୁଥିଲେ ପଇସା ରୋଜଗାର ହୋଇପାରୁଥିଲା। ଯେଉଁଥିରେ କୌଣସି ବିଜ୍ଞାପନ ୧ ମିନିଟ୍ ପୂର୍ବରୁ ଦେଖାଯାଉନଥିଲା।

ଫେସବୁକରେ ଭିଡିଓରେ ବିଜ୍ଞାପନ ପାଇବା ପାଇଁ ଲୋକଙ୍କୁ ଭିଡିଓକୁ ୬ ଲକ୍ଷରୁ ମିନିଟ୍ରୁ ଅଧିକ ଥର ଦେଖାଯିବା ଜରୁରୀ। ଏହା ସହିତ ଫେସବୁକ୍ ଆକାଉଣ୍ଟରେ ୦୫ କିମ୍ବା ତା’ଠାରୁ ଅଧିକ ଆକ୍ଟିଭ ଭିଡିଓ ଅପଲୋଡ କରିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.