ଆଜିଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ ଆରମ୍ଭ, ଇଂଲଣ୍ଡକୁ ପୁଣି ମାତ୍ ଦେବାକୁ ମଇଦାନରେ ଅଣ୍ଟା ଭିଡିବ ଟିମ୍ ଇଣ୍ଡିଆ
ଏବେ ଟିମ୍ ଇଣ୍ଡିଆ ସାମ୍ନାରେ ଟି-୨୦ ଚ୍ଯାଲେଞ୍ଜ। ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଆଜିର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ସଂଧ୍ୟା ୭ଟାରେ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ ଓପନ୍ କରିବେ ବୋଲି ବିରାଟ କୋହଲି କହିଛନ୍ତି । ଅର୍ଥାତ ପ୍ରଥମ ଟି-ଟ୍ବେଣ୍ଟିଂରେ ଶିଖର ଧୱନଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଯଦି ରୋହିତ କିମ୍ବା ରାହୁଲଙ୍କୁ ଆରାମ ଦିଆଯାଏ, ତାହେଲେ ଧାୱନ ବ୍ୟାକଅପ୍ ଓପନର ଭାବେ ଖେଳିବେ।
ସେହିପରି ମିଡିଲ୍ ଅର୍ଡରରେ କୋହଲିଙ୍କ ପରେ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଆଦି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ। ଏହି ସିରିଜ୍ ଜରିଆରେ ଟିମ୍ ଇଣ୍ଡିଆ ଚଳିତ ବର୍ଷ ହେବାକୁଥିବା ଟି-୨୦ ୱାର୍ଲ୍ଡ କପ୍ ପାଇଁ ସନ୍ତୁଳିତ ଟିମ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ ରେ କବଜା କରିସାରିଛି ।
ଭାରତ: ବିରାଟ କୋହଲି( ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧୱନ, ଶେୟସ ଆୟର, ସୂର୍ଯ୍ଯକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ଯା, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଅକ୍ଷର ପଟେଲ, ୱାଂସିଟନ ସୁନ୍ଦର, ଶାର୍ଦ୍ଦୁଲ ଟାକୁର, ନବଦୀପ ଇନି, ଦୀପକ ଚହର, ରାହୁଲ ତେୱାତିଆ, ଇଶାନ କିସନ।
ଇଂଲଣ୍ଡ: ଇୟନ ମୋର୍ଗାନ୍ (ଅଧିନାୟକ), ମୋଇନ୍ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବୟାରିଷ୍ଟୋ, ସାମ୍ ବିଲିଙ୍ଗସ୍, ସାମ୍ କରନ, ଟମ୍ କରନ, କ୍ରିସ୍ ଜୋର୍ଡନ, ଲିୟାନ ଲିବିଙ୍ଗଷ୍ଟୋନ୍, ଡେଭିଡ୍ ମଲାନ, ଆଦିଲ ରସୀଦ, ଜେସନ୍ ରୟ, ବେନ୍ ଷ୍ଟୋକସ୍, ରିସ୍ ଟୋପଲେ ଏବଂ ମାର୍କ ଉଡ୍।