ବୁର୍ଲା ଭୀମ୍ସାରରେ ଚତୁର୍ଥ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ
ସମ୍ବଲପୁର: ବୁର୍ଲା ଭୀମ୍ସାରରେ ରାଗିଂ ଅଭିଯୋଗ । ଚତୁର୍ଥ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ କଲେଜ ରାଗିଂ ସେଲରେ ଅଭିଯୋଗ କରାଯାଇଛି ।
କଲେଜ ଅଧ୍ୟକ୍ଷା ଜୟଶ୍ରୀ ଦୋରାଙ୍କ ନିକଟରେ ଆଣ୍ଟିଂ ରାଗିଂ ସେଲ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ଅନୁରୋଧ କରାଯାଇଛି । କଲେଜ ଅଧ୍ୟକ୍ଷା ଏକ କମିଟି ଗଠନ କରି ଘଟଣାର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।