କେନ୍ଦୁଝର ବଡ଼ବିଲରେ ଅମାନୁଷିକ ହତ୍ୟାକାଣ୍ଡ, ମା’କୁ ଇଟାରେ ଛେଚି ମାରିଦେଲା କୁଳାଙ୍ଗାର ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଅମାନୁଷିକ ହତ୍ୟାକାଣ୍ଡ । ମା’କୁ ଇଟାରେ ଛେଚି ହତ୍ୟା କଲା କୁଳାଙ୍ଗାର ପୁଅ । ଗତ ବୁଧବାର ରାତିରେ ଘଟିଛି ଏହି ଅଭାବନୀୟ ଘଟଣା । ବଡ଼ବିଲ ପୌରାଞ୍ଚଳ ୯ନମ୍ବର ୱାର୍ଡର ଗାଁଢା ହଟିଂରେ ଘଟିଛି ଏହି ହତ୍ୟାକାଣ୍ଡ ।

ସୂଚନା ଅନୁଯାୟୀ, ମଦ ପିଇ ୫୫ବର୍ଷୀୟା ମା ସୋମବାରୀ ମୁଣ୍ଡାଙ୍କୁ ହତ୍ୟା କରିଛି ପୁଅ କିଶୋର ମୁଣ୍ଡା । ହତ୍ୟା ପରେ ସାହି ଲୋକେ କିଶୋରକୁ ବାନ୍ଧି ରଖି ଗତରାତି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚିଥିଲା । ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.