ପୁଣି ଏକାଠି ହେବେ କି ସାମନ୍ଥା-ନାଗା ? ସାମନ୍ଥା ଡିଲିଟ୍ କଲେ ବିବାହ ବିଚ୍ଛେଦ ପୋଷ୍ଟ
ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚର୍ଚ୍ଚିତ ଯୋଡି ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଦୁହେଁ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାହ ବିଚ୍ଛେଦ ପରଠାରୁ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ବିଚ୍ଛେଦର ଖବର ଚର୍ଚ୍ଚାରେ ରହିଥିବା ବେଳେ କେହି ବି ଏନେଇ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ । ୨୦୨୧ ଅକ୍ଟୋବର ମାସରେ ବିବାହ ବିଚ୍ଛେଦର ସୂଚନା ଦେଇଥିଲେ । ହେଲେ ଏବେ ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ସାମନ୍ଥା ଏହି ପୋଷ୍ଟକୁ ଡିଲିଟ୍ କରିଥିବା ବେଳେ ନାଗା କିନ୍ତୁ ଏହାକୁ ଡିଲିଟ୍ କରିନାହାନ୍ତି। କିନ୍ତୁ ଏହା ସାମନ୍ଥାଙ୍କ ପ୍ରୋଫାଇଲରୁ ଜାଣିଶୁଣି ଡିଲିଟ୍ କରାଯାଇଛି କିମ୍ବା କ’ଣ, ତାହା ଜଣାପଡିନାହିଁ।
ବାସ୍ତବରେ କହିବାକୁ ଗଲେ ସାମନ୍ଥା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିବାହ ବିଚ୍ଛେଦ ନେଇ କରିଥିବା ଲମ୍ବା ଚଉଡ଼ା ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି । ତେବେ ରିପୋର୍ଟରୁ ପ୍ରକାଶ ଯେ, ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ କ୍ଲିନ୍ କରୁଥିବା ସମୟରେ ପୋଷ୍ଟ ଡିଲିଟ୍ ହୋଇଯାଇଛି । ତେବେ ସେମାନେ ଦୁହେଁ ପୁଣିଥରେ ଏକାଠି ହେବାର କୌଣସି ଆଶଙ୍କା ନାହିଁ ।
View this post on Instagram
ସୂଚନାଯୋଗ୍ୟ, ସାମନ୍ଥା ଏବେ ସ୍ୱିଜରଲ୍ୟାଣ୍ଡରେ ଛୁଟି ମନାଉଛନ୍ତି । ତେବେ ନିକଟରେ ଏକ ଫିଲ୍ମ ପ୍ରୋମୋଶନ୍ ସମୟରେ ନାଗା ବିବାହ ବିଚ୍ଛେଦକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ସେ ଯଦି ଖୁସି ଅଛନ୍ତି ତାହେଲେ ମୁଁ ଖୁସି । ଏପରି ପରିସ୍ଥିତିରେ ଅଲଗା ଡିଭୋର୍ସ ହିଁ ଠିକ୍ ।
ସାମନ୍ଥା ଇନଷ୍ଟାରେ ଲେଖିଥିଲେ, ‘ବହୁ ବିଚାରବିମର୍ଶ ଏବଂ ଚିନ୍ତା ପରେ ଆମେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏତେ ଦିନର ବନ୍ଧୁତା ପାଇ ଆମେ ଭାଗ୍ୟବାନ। ଆମ ଦୁହିଁଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବନ୍ଧୁତା ରହିବ। ମୋର ଫ୍ୟାନ୍ସ, ଶୁଭେଚ୍ଛୁ ଏବଂ ମିଡିଆ ବନ୍ଧୁମାନେ ଏପରି ମୁହୂର୍ତ୍ତରେ ବହୁତ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ।’
ବିବାହର ଦୀର୍ଘ ୪ ବର୍ଷ ପରେ ସାଉଥ ଇଣ୍ଡଷ୍ଟ୍ରୀର ଏହି ଲୋକପ୍ରିୟ ଦମ୍ପତି ବିବାହ ବିଚ୍ଛେଦ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଅନେକ ଦିନ ପର୍ଯ୍ୟନ୍ତ ଡେଟ୍ରେ ମଧ୍ୟ ରହିଥିଲେ।