ଜୀବନରେ ସ୍ନେହଶ୍ରଦ୍ଧାର ମୂଲ୍ୟ ବି ରହିଛି, ଶୁଆ ପାଇଁ ସିଏମଙ୍କୁ ଚିଠି ଲେଖିଲେ ୭ ଶିକ୍ଷାବିତ୍

ଭୁବନେଶ୍ୱର(କେନ୍ଯୁଜ୍): ପୋଷା ଶୁଆ କୋକୋକୁ ପାଳନ କରିଥିବା ମହିଳାଙ୍କୁ ଫେରାଇ ଦିଆଯାଉ । ଏନେଇ ନିର୍ଦ୍ଦେଶ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇ ୭ ଜଣ ଶିକ୍ଷାବିତ ଚିଠି ଲେଖିଛନ୍ତି । ଜଙ୍ଗଲ ବିଭାଗର କାର୍ଯ୍ୟକୁ ସେମାନେ ଅସମ୍ବେଦନଶୀଳ ବୋଲି ଦର୍ଶାଇଛନ୍ତି । ପଶୁପକ୍ଷୀମାନେ କେବଳ ଖାଦ୍ୟ ଖାଇ ବଞ୍ଚନ୍ତି ନାହିଁ । ସେମାନଙ୍କ ଜୀବନରେ ସ୍ନେହଶ୍ରଦ୍ଧାର ମୂଲ୍ୟ ବି ରହିଛି ।

ରାଜ୍ୟର ଭଦଭଦଳିଆ ଓ ଆହୁରି ଅନେକ ଜୀବଜନ୍ତୁ ବିଲୁପ୍ତପ୍ରାୟ ହୋଇଗଲେଣି । ସେହିପରି ରାଜ୍ୟରୁ ହାତୀଦାନ୍ତ, ବାଘଛାଲ, ବଜ୍ରକାପ୍ତା ଆଦି ଚାଲାଣ ହେଉଛି । ଜଙ୍ଗଲ ବିଭାଗର ଅଧିକାରୀମାନେ ଏସବୁ ଉପରେ ଗୁରୁତ୍ୱ ଦେଲେ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେବ । କୋକୋକୁ ତାର ପାଳନକତ୍ର୍ତ୍ରୀଙ୍କୁ ଫେରାଇ ଦେବା ପାଇଁ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ମୌଳିକ କର୍ତ୍ତବ୍ୟ ଉପରେ ଧ୍ୟାନ ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଦୀନେଶ ପଟ୍ଟନାୟକ, ଏନସି କଲେଜର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁଚରଣ ସାହୁ, ପଦାର୍ଥ ବିଜ୍ଞାନୀ ହରିହର ମିଶ୍ର ଓ ଦର୍ଶନଶାସ୍ତ୍ରବିତ୍‌ ଡ. ନାରାୟଣ ମହାନ୍ତି ପ୍ରମୁଖ ଶିକ୍ଷାବିତ ଚିଠି ଲେଖିଛନ୍ତି । କଟକରୁ ଉଦ୍ଧାର ଶୁଆ କୋକୋକୁ ଖୁବଶୀଘ୍ର ଭୁବନେଶ୍ୱର ପାତ୍ରପଡ଼ା ସ୍ଥିତ ମେଡିସିନାଲ୍‌ ପ୍ଲାଣ୍ଟ ନଲେଜ ସେଣ୍ଟରକୁ ଅଣାଯିବ।

ନଜରବନ୍ଦୀ ଭାବରେ ଖୋଲା ଆକାଶ ତଳେ ରହିବ କୋକୋ । ସେଠାରୁ ପୁଣି ମାଲିକାଣୀଙ୍କ ଘରକୁ ଫେରିଲେ ତାକୁ ନନ୍ଦନକାନନ ନିଆଯାଇ ରଖାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.