Below header

ଏହି ସ୍କିମରେ ସାମାନ୍ୟ ନିବେଶ ବି ଆପଣଙ୍କୁ କରିଦେବ ଲକ୍ଷପତି, ପ୍ରତିଦିନ କରନ୍ତୁ ମାତ୍ର ୫୦ ଟଙ୍କା ଜମା

ପୋଷ୍ଟ ଅଫିସରେ ବିନିଯୋଗ ସବୁଠୁ ସହଜ ଓ ସୁରକ୍ଷିତ ହୋଇଥାଏ । ଏଥିରେ ଭଲ ରିଟର୍ଣ୍ଣ ମିଳିଥାଏ । ଆଜି ଆପଣଙ୍କୁ ଏମିତି ସ୍କିମ ବିଷୟରେ କହିବୁ ଯେଉଁଥିରେ କମ ନିବେଶ କରି ବଡ଼ ଅର୍ଥ ରାଶି ପାଇ ପାରିବେ । ଏହି ସ୍କିମର ନାମ ପୋଷ୍ଟ ଅଫିସ ସୁରକ୍ଷା ଯୋଜନା । ଏହା ଏକ ପ୍ରକାର ବୀମା ସ୍କିମ । ଏଥିରେ ଆପଣ ଦୈନିକ ୫୦ ଟଙ୍କା(ବା ପ୍ରତିମାସ ୧୫୦୦ ଟଙ୍କା) ଡିପୋଜିଟ କରି ୩୫ ଲକ୍ଷ ଟଙ୍କା ଯାଏ ପାଇ ପାରିବେ ।

ଜାଣନ୍ତୁ ଏହି ସ୍କିମର ଖାସ କଥା କ’ଣ :

. ୧୯ ରୁ ୫୫ ବର୍ଷର କୌଣସି ଭାରତୀୟ ନାଗରିକ ଏହି ଯୋଜନାକୁ ନେଇପାରିବେ ।

. ଏହି ସ୍କିମରେ ନ୍ୟୁନତମ ରାଶି ୧୦ ହଜାର ଟଙ୍କା ।

. ଅଧିକତମ ରାଶି ୧୦ ଲକ୍ଷ ଟଙ୍କା ଯାଏ ନେଇପାରିବେ ।

. ଏହି ସ୍କିମରେ ଆପଣ ମାସିକ, ତୈମାସିକ, ଛମାସିକ ଓ ବାର୍ଷିକ ଦେଇପାରିବେ ।

. ପ୍ରିମିୟମ ଦେବା ପାଇଁ ୩୦ ଦିନ ରିହାତି ପାଇବେ ।

. ଏହି ସ୍କିମରେ ୪ ବର୍ଷ ପରେ ଟ ଙ୍କା ଉଠାଇ ପାରିବେ ।

. ଏଥିରେ ଲାଇଫ ଇନସ୍ୟୁରାନ୍ସର ଲାଭ ମଧ୍ୟ ଉଠାଇ ପାରିବେ ।

. ୩ ବର୍ଷ ପରେ ପଲିସକୁ ସରେଣ୍ଡର କରିପାରିବେ ।

. ଏଥିରେ ଗ୍ରାହକ ବୋନସ ସୁବିଧା ମଧ୍ୟ ମିଳିବ ।

.ଏହି ପଲିସୀକୁ ଭାରତୀୟ ପୋଷ୍ଟ ଅଫିସରେ ନେଇପାରିବେ ।

ଏଠାରେ କରିପାରିବେ ଯୋଗାଯୋଗ :

ଏହି ପଲିସୀ ପାଇଁ କୌଣସି ନିକଟତମ ପୋଷ୍ଟ ଅଫିସରେ ଯୋଗାଯୋଗ କରିପାରିବେ । ତାଛଡା ଏହି ନମ୍ବର ୧୮୦୦୧୮୦୫୨୩୨ ଓ ୧୫୫୨୩୨ ନମ୍ବରରେ ଯୋଗାଯୋଗ କରିପାରିବେ । ଅଫିସ େଓ୍ଵବସାଇଟ www.postallifeinsurance.gov.in ରେ ମଧ୍ୟ ଜାଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.