ଫଟାଫଟ୍‌ ବନାନ୍ତୁ ହେଲଦି ଏବଂ ଚଟପଟା କାବୁଲି ଚଣା ଚାଟ୍‌, ସ୍ୱାଦ ପୂରା ଲାଜବାବ୍‌

ଚାଟ ନାଁ ଶୁଣିଲେ ମୁହଁରେ ପାଣି ଆସିଯାଏ। ଆପଣ ଅନେକ ପ୍ରକାର ଚାଟ ଖାଇଥିବେ ଯେମିତିକି ଆଳୁ ଚାଟ, ସିଙ୍ଗଡା ଚାଟ, ଖାସ୍ତା ଚାଟ, ଚଣା ଚାଟ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ଚାଟ ରେସିପି ନେଇ ଆସିଛୁ ଯାହାକୁ ଖାଇବା ପରେ ଆପଣ ତାର ସ୍ୱାଦକୁ ଭୁଲିପାରିବେନାହିଁ। ପୁରୀ ପ୍ରସିଦ୍ଧ ମଟର ପାଣି କଥା ତ ଆପଣ ଶୁଣିଥିବେ। ଏହଳ କିନ୍ତୁ ତା ଠାରୁ ବି ଟେଷ୍ଟୀ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ମଟର (ରାତି ସାରା ଭିଜାଇ ରଖିଥିବା)
  • ୨ଟି ପିଆଜ
  • ୨ଟି ଟମାଟୋ
  • ୧ ଚାମଚ୍‌ ଚାଟ ମସଲା
  • ଚିମୁଟାଏ ବେକିଙ୍ଗ ସୋଡା
  • ୧/୨ ସିମଲା ଲଙ୍କା
  • ୧/୪ ଚାମଚ ଲାଲ ଲଙ୍କା ପାଉଡର
  • ୨ ଚାମଚ ତେନ୍ତୁଳୀ ପାଣି
  • ୧ ଚାମଚ ଲେମ୍ବୁ ରସ
  • କଳା ଲୁଣ (ସ୍ୱାଦାନୁସାରେ)
  • ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ମିଡିୟମ ଆଞ୍ଚରେ ପ୍ରେସର କୁକରରେ ପାଣି, ବେକିଙ୍ଗ ସୋଡା ପକାଇ କାବୁଲି ଚଣାକୁ ସିଝାଇ ଦିଅନ୍ତୁ।
  2. ପ୍ରେସର କୁକରରେ ୪-୬ଟି ସିଟି ଦେବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
  3. କୁକରରେ ପ୍ରେସରେ ଚାଲିଯିବା ପରେ ଚଣା ପାଣିକୁ ଅଲଗା ରଖି ଏକ ପାତ୍ରକୁ ଚଣାକୁ ବାହାର କରିଦିଅନ୍ତୁ।
  4. ଏଥିରେ ପିଆଜ, ଟମାଟୋ, ସିମଲା ଲଙ୍କା, ଚାଟ ମସଲା, ଲାଲ ଲଙ୍କା ପାଉଡର, କଳା ଲୁଣ ଏବଂ ଲୁଣ ପକାଇ ଦିଅନ୍ତୁ।
  5. ଏବେ ତେନ୍ତୁଳି ପାଣି ପକାଇ ମିକ୍ସ କରିଦିଅନ୍ତୁ।
  6. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର କାବୁଲି ଚଣା ଚାଟ।
  7. ଏଥିରେ ଆପଣ ଲେମ୍ବୁ ରସ ପକାଇ ସର୍ଭ କରନ୍ତୁ।