ଜାଣନ୍ତୁ ବେଡ୍ ଟାଇମ ଫୁଡ୍ ରେ ଓଜନ୍ କମାଇବା ପାଇଁ ଖାଇବେ କେଉଁ ଖାଦ୍ୟ
ଆପଣ ବେଡ୍ ଟାଇମ୍ ଫୁଡ୍ ବା ଖାଦ୍ୟ ବିଷୟରେ ତ ଜାଣିଥିବେ। ଆମେ ଡିନର ଖାଇ ସରିବା ପରେ ମଧ୍ୟ ରାତିରେ ଶୋଇବା ସମୟରେ ଭୋକ ଲାଗିଥାଏ। ଆଉ ସେହି ସମୟରେ ଅନେକ ଭାବିଥାନ୍ତି ଡିନର ଖାଇସାରିବା ପରେ ପୁଣି ଆଉ କଣ ଖାଇବେ । କାରଣ ନାଇଟ୍ କ୍ରେଭିଂ ହେଲେ କିଛି ହାଲ୍କା ଖାଦ୍ୟ ହିଁ ଖାଇବା ଦରକାର। ପୁଣି କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇବା ସମୟରେ ଭୋକ ଲାଗିଲେ ମଧ୍ୟ ନ ଖାଇ ସୋଇପଡନ୍ତି।
ଯାହାକି ଶରୀର ଉପରେ ଆହୁରି ଅଧିକ ଖରାପ ପ୍ରଭାବ ପକାଇଥାଏ। ସକାଳୁ ଉଠିବା ସମୟରେ ମଧ୍ୟ ଦୁର୍ବଳ ଲାଗିଥାଏ। କିନ୍ତୁ ଶୋଇବା ସମୟରେ ଯଦି ଭୋକ ଲାଗୁଛି ତେବେ ଖାଇବା ନିହାତି ଦରକାର। କାରଣ କିଛି ଖାଦ୍ୟ ଏମିତି ଅଛି ଯାହାକି କ୍ରିଭିଂ ହେଉଥିବା ବେଳେ ଓଡ୍ ଟାଇମରେ ଖାଇଲେ ମଧ୍ୟ ହଜମ ହେବାରେ ସହାୟକ ହୋଇଥାଏ। ଅନେକ ଲୋକ ଶୋଇବାକୁ ଯିବା ସମୟରେ ଭୋକ ଲାଗିଲେ ଜାଣିପାରନ୍ତି ନାହିଁ କଣ ଖାଇବେ ।
ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ଯାହାକୁ ଆପଣ ରାତିରେ ଶୋଇବା ସମୟରେ ଖାଇପାରିବେ:
ତେବେ ପ୍ରଥମେ ଆସୁଛି ଗ୍ରୀକ ୟଗର୍ଟ ମାନେ କମ୍ ମିଠା ଥିବା ଦହି ଆପଣ ଖଇପାରିବେ। ଦହିରେ ଓଟ୍ସ ମିଶାଇ ତାକୁ ଆପଣ ଶୋଇବା ସମୟରେ ଖାଇଲେ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବା ।ବ୍ରାଉନ ବ୍ରେଡ୍ ସହ ପିନଟ ବଟର ଲଗାଇ ଆପଣ ଏହାକୁ ଖଇପାରିବେ। କାରଣ ଏଥିରେ ଟ୍ରାଇଫ୍ଟୋଫାନ ନାମକ ଏକ ପ୍ରୋଟିନ ରହିଥାଏ ଯାହା ଶୋଇବାରେ ସାହାଯ୍ୟ କରେ । ଆପଣଙ୍କ ବଡିର ମୋଟାପଣ କମ୍ କରିଥାଏ ଓ ଏହା ସହ ମାଂସପେଶୀକୁ ମଜବୁତ୍ କରିଥାଏ ।
ରାତିରେ ଶୋଇବା ସମୟରେ ଛେନା ଖଇପରିବେ । କାରଣ ଏଥିରେ ଥିବା ପ୍ରୋଟିନ ମଧ୍ୟ ମାଂସପେଶୀ ତିଆରି ହେବାରେ ସହାୟକ ହୋଇଥାଏ। ସମସ୍ତେ କୁହନ୍ତି ରାତିରେ ଶୋଇବା ସମୟରେ କଦଳୀ ଖାଇବା ମଧ୍ୟ ଉଚିତ୍ ନୁହେଁ। କିନ୍ତୁ ଫୁଡ୍ ନ୍ୟୁଟ୍ରିସନଙ୍କ କହିବା କଥା ହେଇଛି ଯେ ଏହାକୁ ଶୋଇବା ସମୟରେ ଖାଇଲେ ପେଟ ମଧ୍ୟ ପୁରିଯାଏ ଓ ଏହା ଶରୀର ପାଇଁ ମଧ୍ୟ ବହୁତ୍ ଭଲ।
ଆଲ୍ମଣ୍ଡ ବା ବାଦାମକୁ ଆପଣ ଖାଇପାରିବେ ଯଦି ଆପଣଙ୍କୁ ଶୋଇବା ପୂର୍ବରୁ ଭୋକ ଲାଗେ । ଏଥିରେ ଥିବା ପ୍ରୋଟିନ ମଧ୍ୟ ଓଜନ କମାଇବରେ ସାହାଯ୍ୟ କରିଥାଏ। ଏହା ଛଡା ଯଦି ଆପଣଙ୍କୁ ରାତିରେ ଶୋଇବା ସମୟରେ ଭୋକ ଲାଗୁଛି ତେବେ ଆପଣ ଚେରୀ ଓ ପ୍ରୋଟିନ ସେକ୍ ମଧ୍ୟ ନେଇପାରିବେ। କାରଣ ଏହା ଭୋକକୁ କମ୍ କରିଥାଏ ଓ ଶରିର ଓଜନ ହ୍ରାସ କରିଥାଏ ।