ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ଙ୍କ ସହ ଡିନର ଡେଟ୍‌ରେ ପଲକ ତିଓ୍ଵାରୀ, କ୍ୟାମେରା ଦେଖି ମୁହଁ ଲୁଚାଇଲେ; ଦେଖନ୍ତୁ ଭିଡିଓ

ବଲିଉଡ୍‌ରେ କେତେବେଳେ କାହାକୁ କାହା ସହ ପ୍ରେମ ହୋଇଯିବ, ତାହା କେହି ଜାଣନ୍ତି ନାହିଁ। ସେହିପରି କେବେ କିଏ କାହାକୁ ଡେଟ୍‌ କରୁଛି ତାହା ବି କହିବା ଏକ ପ୍ରକାର ଅସମ୍ଭବ। ଗତ କିଛି ଦିନ ହେଲା ଏକାଧିକ ନୂଆ କପଲ ସାମ୍ନାକୁ ଆସୁଛନ୍ତି। ତେବେ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାଁ ଯୋଡ଼ି ହେବାକୁ ଯାଉଛି। ଏହି ଯୋଡ଼ି ହେଉଛନ୍ତି ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଏବଂ ଟିଭି ଷ୍ଟାର ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ ତିଓ୍ଵାରୀ। ଉଭୟ ଇବ୍ରାହିମ୍‌ ଓ ପଲକ୍‌ ଏକାଠି ସ୍ପଟ୍‌ ହେବା ପରେ ଉଭୟଙ୍କ ମଧ୍ୟରେ ଇଲୁ ଇଲୁ ଚାଲିଥିବା ନେଇ ଚର୍ଚ୍ଚା ହେଉଛି।

ଗତ କାଲି ରାତିଠାରୁ ଉଭୟଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟେ ଡିନର ସାରି ବାହାରକୁ ବାହାରୁଥିଲେ। କିନ୍ତୁ କ୍ୟାମେରା ଥିବା କଥା ସେମାନେ ଜାଣିପାରିନଥିଲେ। ଫଳରେ ବିନ୍ଦାସ ବାହାରକୁ ଆସିଥିଲେ। କିନ୍ତୁ ସାମ୍ନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ହଡ଼ବଡ଼େଇ ଯାଇଥିବା ଦେଖିବାକୁ ମିଳିଥିଲା। କ୍ୟାମେରାକୁ ଦେଖି ଇବ୍ରାହିମ୍‌ ହସୁଥିବା ବେଳେ ପଲକ୍‌ କିନ୍ତୁ ମୁହଁ ଲୁଗାଇ ଦେଇଥିଲେ। ସେ କାର ଭିତରେ ହାତରେ ନିଜ ଚେହେରାକୁ ଢାଙ୍କୁ ଥିବା ନଜର ଆସିଥିଲା। ତେବେ ଉଭୟଙ୍କ ବ୍ୟବହାର ଦେଖି ସନ୍ଦେହ ହୋଇଛି ଯେ ବୋଧେ ଉଭୟେ ପରସ୍ପରକୁ ଡେଟ୍‌ କରୁଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Viral Bhayani (@viralbhayani)

ଡିନର ଡେଟ୍‌ରେ ଉଭୟ ଷ୍ଟାର ବେଶ୍‌ କାଜୁଆଲ ଲୁକ୍‌ରେ ନଜର ଆସିଛନ୍ତି। ପଲକ ତିଓ୍ଵାରୀ ଏ ଅବସରରେ ରିପ୍‌ଡ ଜିନ୍ସ ସହ ସିମ୍ପଲ ଟପ୍‌ ପିନ୍ଧିଥିବା ବେଳେ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ବ୍ରାଉନ୍‌ ଜ୍ୟାକେଟ୍‌ରେ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ। ବର୍ତ୍ତମାନ ସମୟରେ ବିଜଲୀ ଗାର୍ଲ ପଲକ ତିଓ୍ଵାରୀ ସୋସିଆଲ ମିଡିଆରେ ସେନ୍‌ସେସନ୍‌ରେ ଅଛନ୍ତି। ହାର୍ଡି ସନ୍ଧୁଙ୍କ ସହ ହିଟ୍‌ ନମ୍ବର ଦେବା ପରେ ପଲକ୍‌ଙ୍କ ଲୋକପ୍ରିୟତା ଆକାଶ ଛୁଆଁ ହୋଇଛି। ସେହିପରି ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଏବେ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍‌ କାହାନୀ’ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଛନ୍ତି।