ହ୍ଵାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏବେ ଆଣ୍ଡ୍ରଏଡ୍ ଫୋନରୁ iOS ଫୋନକୁ ଟ୍ରାନ୍ସଫର କରିପାରିବେ ଚାଟ୍ ବ୍ୟାକଅପ୍
ହ୍ଵାଟସଆପ୍ ନିଜ ୟୁଜର୍ସଙ୍କୁ ଉତ୍ତମ ସୁବିଧା ଦେବା ପାଇଁ ଲଗାତାର ନୂଆ ଫିଚର୍ସ ଜାରି କରୁଛି। କମ୍ପାନୀ ନଭେମ୍ବର ୨୦୨୧ ଠାରୁ ଆରମ୍ଭ କରି ୨୦୨୨ ପର୍ଯ୍ୟନ୍ତ କେତେକ ନୂଆ ଫିଚର୍ସ ଲଞ୍ଚ କରିଛି। କିନ୍ତୁ ଏବେ ଯେଉଁ ଫିଚର୍ସ ଉପରେ ହ୍ଵାଟସଆପ୍ କାମ କରୁଛି, ଯାହାର ଅପେକ୍ଷା ଅନେକ ଦିନରୁ ଲୋକେ କରୁଥିଲେ। ହ୍ଵାଟସଆପ୍ରେ ଏହି ଫିଚରର ଅଭାବ ରହିଥିଲା। କିନ୍ତୁ ଏବେ ଏହାକୁ ଦୂର କରିବା ପାଇଁ ଆଉ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ନୂଆ ଫିଚର୍ସ ଆଣୁଛି।
ରିପୋର୍ଟ ମୁତାବକ, ମେଟା ହ୍ଵାଟସଆପ୍ ଆଣ୍ଡ୍ରଏଡ୍ ଏବଂ iOS ଆଇଫୋନକୁ ଚାଟ୍ ଟ୍ରାନ୍ସଫର କରିବାର ଫିଚର ଉପରେ ଟେଷ୍ଟିଂ ଆରମ୍ଭ କରିଦେଇଛି। କିଛି ଦିନ ପୂର୍ବରୁ କମ୍ପାନୀ iOS ସାମସଙ୍ଗ ଏବଂ ପିକ୍ସେଲ ଫୋନରୁ ଚାଟ୍ ବ୍ୟାକଅପ୍ ଟ୍ରାନ୍ସଫର କରିବାର ଫିଚର ରିଲିଜ କରିଥିଲା। ସେତେବେଳେ ଏହି ଫିଚର ଆଣ୍ଡ୍ରଏଡ ଏବଂ iOS ରେ ଖୁବଶୀଘ୍ର ମିଳିବ ବୋଲି ସିଇଓ କହିଥିଲେ।
ଯଦି ଆପଣ ଆଣ୍ଡ୍ରଏଡ ଫୋନକୁ ଛାଡି iOS ଆଇଫୋନ ବ୍ୟବହାର କରୁଛନ୍ତି, ତେବେ ହ୍ଵାଟସଆପ୍ ଲଗିନ୍ କରୁଥାନ୍ତି ତେବେ ଆପଣଙ୍କୁ ଚାଟ୍ ବ୍ୟାକଅପ୍ ମିଳେ ନାହିଁ। ରିପୋର୍ଟ ମୁତାବକ, ଏହି ଫିଚର ଟେଷ୍ଟିଂ ପାଇଁ ବିଟା ଭର୍ସନ ଆଣ୍ଡ୍ରଏଡ ୨.୨୧.୨୦.୧୧ ରିଲିଜ କରାଯାଇଛି। ଯେଉଁଥିରେ ଆଣ୍ଡ୍ରଏଡ ଫୋନରୁ ଚାଟ୍ ହିଷ୍ଟ୍ରି ଇମ୍ପୋର୍ଟ କରିବାର ଅପସନ ଦେଖିବାକୁ ମିଳିଛି। ଟେଷ୍ଟିଂ ସଫଳ ହେବା ପରେ ଏହା ସମସ୍ତଙ୍କ ପାଇଁ ଖୁବଶୀଘ୍ର ଜାରି କରାଯିବ।