କଳା ଡ୍ରେସରେ ଦମଦାର ଲୁକ୍‌ରେ ନଜର ଆସିଲେ ସାରା, ପରେ ‘ହାର୍ଟ ଇମୋଜି’ରେ ଫୁଲ୍‌ ହୋଇଗଲା କମେଣ୍ଟ ବକ୍ସ

ବଲିଉଡ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସାରା ଅଲ୍ଲୀ ଖାନଙ୍କୁ ସବୁବେଳେ ପାରମ୍ପରିକ ଅବତାରରେ ଅଧିକ ପସନ୍ଦ କରିଥାନ୍ତି ଲୋକେ। କୌଣସି ଇଭେଣ୍ଟରେ ହେଉ ଅବା ଶୋରେ ସାରାଙ୍କ ଲୁକ୍‌ ମଧ୍ୟ ଦର୍ଶକେ ବେଶ୍‌ ପସନ୍ଦ କରନ୍ତି। ପୁମା ଇଣ୍ଡିଆ ଜରିଆରେ ‘ଗର୍ଲ ପାଓ୍ଵାର’ର ଜବରଦସ୍ତ ସମର୍ଥନ କରି ଏଥୋଲିଜର ଫ୍ୟାଶନ ଦେଖାଇଛନ୍ତି ସାରା।

sara

ସାରାଙ୍କୁ ‘ଅଲ୍‌ ବ୍ଲାକ ଅବତାର’ରେ କୁଲ୍‌ ଭାବେ ନଜର ଆସିଛନ୍ତି। ଏହି ଡ୍ରେସ ସାଙ୍ଗକୁ ସାରା ହ୍ଵାଇଟ ଏବଂ ବ୍ଲାକ ସ୍ନିକର ମ୍ୟାଚ କରି ପିନ୍ଧିଥିବାର ନଜର ଆସିଥିଲେ। ସାରାଙ୍କ ହାଲ୍‌କା ମେକ୍‌ଅପ୍‌ ସାଙ୍ଗକୁ ଖୋଲା ହେୟାରଷ୍ଟାଇଲ ସମସ୍ତଙ୍କୁ ଆକର୍ଷଣ କରିଛି। ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଯୁବତୀମାନଙ୍କୁ ଭଲ ସନ୍ଦେଶ ଦେଇଛନ୍ତି ସାରା। କିଛି ଦିନ ତଳେ ସାରା ଧଳା ରଙ୍ଗର ପୋଲକା ପ୍ରିଣ୍ଟ ମିନି ଡ୍ରେସରେ ନଜର ଆସିଥିଲେ। ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା।