ସ୍ମିତାରାଣୀ ମୃତ୍ୟୁ ମାମଲା, ଗେଷ୍ଟ ହାଉସକୁ ନେଇ ଜୋର ଧରିଲା ଚର୍ଚ୍ଚା

ଯାଜପୁର ଟାଉନ: ଯାଜପୁର ଧର୍ମଶାଳା ହରିଦାସପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା ପରେ ଏବେ ମୃତ୍ୟୁ ବରଣ କରିଥିବା ସ୍ଥାନ ଅର୍ଥାତ ଗେଷ୍ଟ ହାଉସକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ମିତାରାଣିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଗେଷ୍ଟ ହାଉସଟି ସମ୍ପୂର୍ଣ୍ଣ ଜଂଗଲ କିସମ ଜମି ଉପରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି ।

ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଏହି ଅଭିଯୋଗ କରି କିଭଳି ଏହି ଗେଷ୍ଟ ହାଉସ ଏଠାରେ ନିର୍ମାଣ ହେଲା ଏହା ପଛରେ କିଏ କିଏ ଅଛନ୍ତି ଏହାର ତଦନ୍ତ କରିବାକୁ ଦାବି କରିଛନ୍ତିି । ସେପଟେ ଏହି ଅଭିଯୋଗ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲାପାଳ ଏହାର ତଦନ୍ତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.