ଗଛ ଉପରେ ହେଲା ବଜ୍ରପାତ, ବାହାର ପଟୁ ହେଲାନି କୌଣସି କ୍ଷତି, ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ନିଆଁ!

ସୋସିଆଲ ମିଡିଆରେ ଏବେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି, ବଜ୍ରପାତ ଯୋଗୁ ଗଛଟି ଜଳିବାରେ ଲାଗୁଛି। କିନ୍ତୁ ସବୁଠାରୁ ଅଜବ କଥା ହେଉଛି, ଗଛଟି ବାହାରୁ ନୁହେଁ, ବରଂ ଭିତର ପଟୁ ହୁତୁହୁତୁ ହୋଇ ଜଳୁଛି। ଗଛର ଗଣ୍ଡି ଫାଟି ଆଁ କରିଛି, ଆଉ ତା’ ଭିତରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ୨୦ ଅକ୍ଟୋବରରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଏବେ ସୁଦ୍ଧା ଏହାକୁ ୯.୧ ମିଲିୟନ୍ ଲୋକ ଦେଖିସାରିଲେଣି। ଏହାଛଡ଼ା ଲକ୍ଷେରୁ ଊର୍ଦ୍ଧ୍ୱ ଲାଇକ୍ ଏବଂ ଟୁଇଟ୍ କରାଯାଇଛି। ଭିଡିଓଟି ମିସିସିପିର ବୋଲି ଜଣାପଡ଼ିଛି। ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ପୂରା ଚମକାଇ ଦେଉଛି। କାହିଁକି ନା, ପ୍ରକୃତିର ଏଭଳି ଦୃଶ୍ୟକୁ ବହୁତ କମ୍ ଲୋକ ପୂର୍ବରୁ ଦେଖିଥିବେ। ଯଦିଓ କିଛି ଲୋକ ଏହି ଭିଡିଓକୁ ଏଡିଟେଡ୍ ବୋଲି କହୁଛନ୍ତି।
This tree was hit by lightning in Baldwyn, MS. It burned the inside. From @jkroxie pic.twitter.com/OKXNMZrmVi
— James Spann (@spann) April 22, 2017