ଏସବୁ ସ୍ୱତନ୍ତ୍ରତା ଥିବା ଚେହେରାକୁ ମିଳିବ ୯୨ ଲକ୍ଷ ଟଙ୍କା, ଆପଣଙ୍କ ମୁହଁରେ ମଧ୍ୟ ନାହିଁ ତ ଏଭଳି ବିଶେଷତା

ଲଣ୍ଡନର ଜିୟୋମିକ୍‌ ନାମକ ଏକ ଟେକ୍‌ କମ୍ପାନୀ ଏକ ଏଭଳି ଚେହେରା ସନ୍ଧାନରେ ରହିଛି, ଯାହାକୁ ସେ ନିଜ ରୋବଟ୍‌ର ମୁହଁରେ ବ୍ୟବହାର କରିପାରିବ। କମ୍ପାନୀ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୯୨ ଲକ୍ଷ ଦେବାକୁ ଘୋଷଣା କରିଛି। ମାତ୍ର ଏଥିପାଇଁ କମ୍ପାନୀ କେତେକ ସର୍ତ୍ତ ରଖିଛି। ସର୍ତ୍ତ ମୁତାବକ ବ୍ୟକ୍ତି ଜଣକର ଚେହେରା ଦୟାଳୁ ଓ ଫ୍ରେଣ୍ଡଲି ହୋଇଥିବା ଆବଶ୍ୟକ। ଏଥିପାଇଁ କମ୍ପାନୀ ବିଧିବଦ୍ଧ ଭାବେ ଉକ୍ତ ବ୍ୟକ୍ତିଙ୍କ ସହ ଚୁକ୍ତି କରିବା ସହ ଅର୍ଥ ଦେବ ବୋଲି ଜଣାଯାଇଛି। କମ୍ପାନୀ ନିଜ ରୋବଟ୍‌ ପାଇଁ ଏକ ଏଭଳି ଚେହେରା ଚାହୁଁଛି, ଯାହା ସମ୍ପୂର୍ଣ୍ଣ ଭାବେ ମଣିଷ ଭାବେ ଦେଖାଯାଉଥିବ।

ଜିୟୋମିକ୍‌ କମ୍ପାନୀର କହିବାନୁସାରେ ରୋବଟର ନାମ ଭର୍ଚୁଆଲ ଫ୍ରେଣ୍ଡ୍‌ ରଖିବାକୁ ନିଷ୍ପତ୍ତି କରାଯାଇଛି। ଆସନ୍ତାବର୍ଷ ରୋବଟ୍‌ର ନିର୍ମାଣ ଶେଷ ହେବାକୁ ଥିବାରୁ କମ୍ପାନୀ ଏବେଠୁ ଚେହେରା ଖୋଜିବା ଅଭିଯାନରେ ଲାଗିପଡ଼ିଛି। ଏଥିପାଇଁ କମ୍ପାନୀ ତରଫରୁ କେତେକ ଚେହେରାର ପରୀକ୍ଷା ମଧ୍ୟ କରାସରିଲାଣି। ଏବେ ପର୍ଯ୍ୟନ୍ତ କମ୍ପାନୀ ଯେତେ ଚେହେରାକୁ ଚିହ୍ନଟ କରିଛି ତାହାକୁ ଅର୍ଥ ପ୍ରଦାନ କରିଥିବା କହିଛି।

ରୋବଟ୍‌ ପାଇଁ କମ୍ପାନୀ ଏକ ଭିନ୍ନ ଧରଣର ଚେହେରା ଚାହୁଁଛି। ଯେକୌଣସି ବ୍ୟକ୍ତିଙ୍କ ଚେହେରାର ଲାଇସେନ୍ସ ଏଗ୍ରୀମେଣ୍ଟ କରାଇବା ଏକ ବଡ଼ ନିଷ୍ପତ୍ତି। ଯେତେବେଳେ କାହାର ଏଗ୍ରୀମେଣ୍ଟ କରାଯାଏ, ସେତେବେଳେ ତାଙ୍କ ଚେହେରାକୁ ଏକ ରୋବର୍ଟ ଭାବେ ପ୍ରସ୍ତୁତ କରାଥାଏ। ଯାହା ଏକ ସାଧାରଣ ରୋବଟ ଭଳି ଦେଖାନଯାଇ ଏକ ମଣିଷ ଭଳି ନଜର ଆସିଥାଏ।

ଏହାସହ ପଢ଼ନ୍ତୁ: ମାତ୍ର ଚାମଚେ ଆପଲ ସାଇଡ଼ର ଭିନେଗାର ସେବନ କରନ୍ତୁ, ମାସେ ଭିତରେ ଦୂର ହେବ ଏହି ୫ଟି ଶାରୀରିକ ସମସ୍ୟା

ରୋବୋଟିକ୍ସ କମ୍ପାନୀ ଜିୟୋମିକ୍‌ ଏହି ପ୍ରୋଜେକ୍ଟ ଉପରେ ଗତ ୫ ବର୍ଷ ହେଲା କାମ କରୁଛି। ପ୍ରୋଜେକ୍ଟକୁ ଖୁବ୍‌ ଗୋପନୀୟ ଭାବେ ପ୍ଲାନ୍‌ କରାଯାଇଛି, ଯେପରି ଏ ସମ୍ବନ୍ଧୀୟ କୌଣସି ତଥ୍ୟ ବାହାରକୁ ନ ଆସେ। କମ୍ପାନୀର ସୂଚନାନୁଯାୟୀ, ରୋବଟ୍‌ ନିର୍ମାଣରେ ଯେଉଁ ବ୍ୟକ୍ତିଙ୍କ ଚେହେରା ବ୍ୟବହାର କରାଯିବ ତାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରୋବଟ୍‌ରେ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.