Below header

ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଏସ୍‌ଆଇସି ହସ୍ପିଟାଲ

ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଏସ୍‌ଆଇ ହସ୍ପିଟାଲ । ଯେଉଁଠି ଶ୍ରମିକ ଅଧିକ, ସେଠାରେ ଇଏସ୍‌ଆଇ ହସ୍ପିଟାଲ ଖୋଲିବ । ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ ୩୦ ବେଡ୍‌ର ଇଏସ୍‌ଆଇ ମେଡିକାଲ ପ୍ରତିଷ୍ଠା କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର । ସେ କହିଛନ୍ତି କେନ୍ଦ୍ର ରାଜ୍ୟ ସମନ୍ଵୟରେ ଶ୍ରମିକଙ୍କ ବିକାଶ ହେବ । ।ଜ୍ୟରେ ଇଏସଆଇ ମେଡିକାଲ କଲେଜ ପ୍ରତିଷ୍ଠା ସଂପର୍କରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଶ୍ରମମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ବୈଠକରେ ଓଡିଶା, ବିହାର,ଝାଡଖଣ୍ଡ,ଛତିଶଗଡ,ପଶ୍ଚିମବଙ୍ଗ,ଆଣ୍ଡାମାନ ଓ ନିକୋବରର ଶ୍ରମ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ଓଡିଶାର ଶ୍ରମ ମନ୍ତ୍ରୀ ମଧ୍ୟ ଯୋଗ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.