Below header

ସାରାଙ୍କ ଏଭଳି ଅନ୍ଦାଜକୁ ଫ୍ୟାନ କରୁଛନ୍ତି ପସନ୍ଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଫିଲ୍ମ ‘କେଦାରନାଥ’ରୁ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ସାରା ଅଲ୍ଲୀ ଖାନ। ଏବେ ଫିଲ୍ମ ‘କୁଲି ନଂ ୧’ର ସୁଟିଂକୁ ନେଇ ବ୍ୟସ୍ତ ମଧ୍ୟ ରହିଛନ୍ତି। ଏହି ଫିଲ୍ମରେ ସାରାଙ୍କ ସହିତ ବରୁଣ ଧୱନ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତାବର୍ଷ ମଇ ମାସରେ ପରଦା ଉପରକୁ ଆସିବ।

 

View this post on Instagram

 

👀🎥🎞🍿🧿❤️

A post shared by Sara Ali Khan (@saraalikhan95) on


ଏବେ କିନ୍ତୁ ସୋସିଆଲ ମିଡିଆରେ ସାରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସାରା ଚୁଲବୁଲି ଅନ୍ଦାଜରେ ନଜର ଆସିଛନ୍ତି। ଭିଡିଓକୁ ସାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯାହା ଫ୍ୟାନଙ୍କ ହ୍‌ଦୟକୁ ଛୁଇଁନେଇଛି। ଏହି ଭିଡିଓରେ ସାରା ଭିନ୍ନ ଭିନ୍ନ ଅନ୍ଦାଜରେ ନଟଖଟ୍ କାମ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ସାରାଙ୍କ ପ୍ରଥମ ଫିଲ୍ମ ‘କେଦାରନାଥ’ର ସୁଟିଂ ସମୟର ରହିଛି। ଭିଡିଓରେ ସାରା ରଣବୀର କପୁରଙ୍କ ଗୀତ ‘ବତମିଜ ଦିଲ୍’ ଗୀତରେ ନାଚୁଥିବା ସହ ନିଜେ ସୁଟିଂ ସମୟରେ ସମସ୍ତଙ୍କ ସଦସ୍ୟଙ୍କ ସହିତ ମଜାକ କରୁଥିବା ନଜର ଆସିଛନ୍ତି। ଭିଡିଓରେ ସାରାଙ୍କ ଏପରି ଅନ୍ଦାଜ ଦେଖି କିଏ ବି ଦିୱାନା ହୋଇଯିବ।

ସୂଚନାଯୋଗ୍ୟ , ସାରା ‘କୁଲି ନଂ ୧’ ବ୍ୟତୀତ ଇମ୍ତିଆଜ ଅଲ୍ଲୀଙ୍କ ‘ଲଭ୍ ଆଜକଲ ୨’ରେ ମଧ୍ୟ ନଜର ଆସିବେ। ଏଥିରେ ସାରାଙ୍କ ସହିତ କାର୍ତ୍ତିକ ଆରୟନ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.