ନୂଆ ଯୋଜନା! ବାତ୍ୟା ଏବଂ ବନ୍ୟାରେ ହେଉଥିବା କ୍ଷତିକୁ ଭରଣା କରିବେ କେନ୍ଦ୍ର ସରକାର

ବିଗତ କିଛିବର୍ଷ ହେବ ପ୍ରାକୃତିକ ବିପଯ୍ୟର୍ୟ ଥମିବାର ନାଁ ଧରୁନି, ଯଦ୍ଦ୍ଵାରା ସବୁଠାରୁ ଅଧିକ କ୍ଷତି ଦେଶର ଗରିବଙ୍କୁ ହିଁ ସହିବାକୁ ପଡ଼ୁଛି। ଏଭଳି ସ୍ଥିତିରେ Insurance Regulatory and Development Authority of India (IRDA) ଗରିବ ଲୋକଙ୍କ ପାଇଁ government funded insurance cover (CAT)କୁ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ସୂଚନା ମୁତାବକ, CAT ପ୍ରୋଜେକ୍ଟକୁ ମଞ୍ଜୁରୀ ଦେବା ପାଇଁ IRDA ସରକାରଙ୍କୁ ଏକ ପତ୍ର ଲେଖିଛି। ସରକାରୀ ମଞ୍ଜୁରୀ ପରେ CAT ପ୍ରୋଜେକ୍ଟ ଦେଶ କିଛି ବଛାବଛା ରାଜ୍ୟରେ ଲଞ୍ଚ୍‌ କରିବ।

mon1

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ବିଗତ କିଛିବର୍ଷ ଭିତରେ ପ୍ରାକୃତିକ ବିପଯ୍ୟର୍ୟରେ ହୋଇଥିବା ମୋଟ କ୍ଷତିର ୮୪ ପ୍ରତିଶତ ଅଂଶର ବୀମା ନ ଥିଲା। ଚେନ୍ନାଇ କିଛିବର୍ଷ ହେବ ବଡ଼ ବଡ଼ ପ୍ରାକୃତିକ ବିପଯ୍ୟର୍ୟକୁ ସାମ୍ନା କରିଆସୁଛି, ଯଦ୍ଦ୍ଵାରା ମୋଟ ୨.୨ ବିଲିୟନ୍‌ ଡଲାରର କ୍ଷୟକ୍ଷତି ଘଟିସାରିଛି। ସେଥିମଧ୍ୟରୁ ବୀମା ରାଶି କେବଳ ୭୫୫ ମିଲିୟନ ଡଲାର ଥିଲା। ସେହିପରି ବନ୍ୟା ଦ୍ୱାରା ମଧ୍ୟ ଯଥେଷ୍ଟ କ୍ଷୟକ୍ଷତି ଘଟିଛି। ଏପରି କି, ରାଜସ୍ୱ ମାମଲାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି।

ଏହାସହ ପଢ଼ନ୍ତୁ: ନୂଆଦିଲ୍ଲୀରେ ୫ ଦିନିଆ କଳିଙ୍ଗ ଫେଲୋସିପ କର୍ମଶାଳା, ଆଜିଠାରୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

ଏକ ଆନୁମାନିକ ହିସାବରେ, ବନ୍ୟା ଦ୍ୱାରା ସରକାରଙ୍କୁ ପାଖାପାଖି ୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ତାମିଲନାଡ଼ୁରେ ବର୍ଷ ୨୦୧୨ରେ ଆସିଥିବା ନୀଲମ୍‌ ବାତ୍ୟା ପରେ insurance industry ଏବଂ ଅର୍ଥ ମନ୍ତ୍ରାଳୟ ଏକ common disaster pool ସ୍ଥାପିତ କରିଥିଲେ। ଏଥିରେ ପ୍ରାକୃତିକ ବିପଯ୍ୟର୍ୟରୁ ହେଉଥିବା କ୍ଷତିକୁ ଭରଣା କରାଯାଇ କ୍ଷତିପୂରଣ ବାବଦରେ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.