Below header

ବିଭିନ୍ନ ମନ୍ଦିରରେ ମିଳିଥାଏ ଭିନ୍ନ-ଭିନ୍ନ ପ୍ରସାଦ, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ବ

ଆମ ଦେଶରେ ଅନେକ ଧର୍ମ ଏବଂ ପରମ୍ପରାକୁ ପାଳନ କରୁଥିବା ବିଭିନ୍ନ ଲୋକମାନେ ରହିଥାନ୍ତି। ଏହି କାରଣରୁ ଦେଶରେ ଯେତିକି ସମ୍ପ୍ରଦାୟ, ଧର୍ମ ଏବଂ ପରମ୍ପରା ରହିଛି ସେତିକି ଧାର୍ମିକ ସ୍ଥଳ ମଧ୍ଯ ରହିଛି। ପ୍ରତ୍ଯେକ ଧାର୍ମିକ ସ୍ଥଳର ଭିନ୍ନ-ଭିନ୍ନ ପରମ୍ପରା ଏବଂ ମାନ୍ଯତା ରହିଛି। ଏହିଭଳି ଭିନ୍ନ ମିନ୍ନ ଧର୍ମ ସ୍ଥାନରେ ମିଳୁଥିବା ପ୍ରସାଦ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ। କିଛି ପ୍ରସାଦ ମଧ୍ଯ ଏଭଳି ରହିଥାଏ, ଯାହା ଥରେ ଖାଇବା ପରେ ଦ୍ବିତୀୟ ଥର ଖାଇବାକୁ ଇଛା ହୋଇଥାଏ। କିନ୍ତୁ ଏ ପରି କିଛି ପ୍ରସାଦ ମଧ୍ଯ ରହିଛି, ଯାହା ଶୁଣିବା ପରେ ଅଭୁତ ଲାଗିଥାଏ। ତେବେ ଆଜି ଆମ. ଆପଣଙ୍କୁ କହିବାକୁ ଯାଉଛୁ ଆମ ଦେଶରେ ମିଳୁଥିବା ଭିନ୍ନ-ଭିନ୍ନ ପ୍ରସାଦ ବିଷୟରେ।

ଚକଲେଟ୍ ପ୍ରସାଦ:

ଚକଲେଟ୍ ପ୍ରସାଦ ଏହା ଶୁଣିବା ମାତ୍ରେ ହିଁ ମୁହଁରେ ହସ ଆସିଗଲା ନାଁ। ଆଜ୍ଞା ହଁ ତେବେ ଜାଣି ରଖନ୍ତୁ କେରଳର ଅଲେପ୍ପୀରେ ଇଷ୍ଟ ଦେବୀଙ୍କ ମନ୍ଦିର ଥେକ୍କନ ପଲାନୀ ବାଲସୁବ୍ରମଣିୟାରେ ଭଗବାନ ବାଲମୁରଗନଙ୍କୁ ଚକଲେଟ୍ ପ୍ରସାଦ ଭୋଗ ଲାଗିଥାଏ। ଏଠାକୁ ଆସୁଥିବା ଭକ୍ତମାନେ ମଧ୍ଯ ଭଗବାନଙ୍କୁ ଚକଲେଟ୍ ଅର୍ପଣ କରିଥାନ୍ତି ଏବଂ ଖାସ୍ କଥା ହେଉଛି ଭକ୍ତମାନଙ୍କୁ ମଧ୍ଯ ପ୍ରସାଦ ରୂପେ ଚକଲେଟ୍ ଦିଆଯାଇଥାଏ।

templeଡ୍ରାଇ ଫ୍ରୁଟସ୍ ଏବଂ ମିଶ୍ରି:

ମାତା ରାନୀଙ୍କ ଭକ୍ତ ମାଁ ବୈଷ୍ଣ ଦେବୀଙ୍କ ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କ ମାଁ ଙ୍କ ଦରବାରରେ ପ୍ରସାଦରେ ମାଁ ବୈଷ୍ଣ ଦେବୀଙ୍କ ଗୋଟିଏ ରୂପାର ଟଙ୍କା, ଅଖରୋଟ, ସୁଖିଲା ସେଓ ଏବଂ ମିଶ୍ରି ଦେଇଥାନ୍ତି। ଏହା ବ୍ଯତୀତ ନଡ଼ିଆ ଏବଂ ମାଁ ଙ୍କ ପାଇଁ ଗୋଟିଏ ଚୁନରୀ ମଧ୍ଯ ରହିଥାଏ ସାଇନ୍ ବୋର୍ଡ ପକ୍ଷରୁ ଏହି ପ୍ରସାଦ ଝୋଟରେ ପ୍ରସ୍ତୁତ ହୋଇଥିବା ପାତ୍ରରେ ଦିଆଯାଇଥାଏ।

ମାଥାଡୀ ପ୍ରସାଦ ବା ଥୋର:

ଶ୍ରୀନାଥ ଦେବତାଙ୍କ ମନ୍ଦିର ଯାହା ରାଜସ୍ଥାନର ନାତ ଦ୍ବାରରେ ଅବସ୍ଥିତ, ସେଠାରେ ଭଗବାନଙ୍କୁ ମାଥାଡୀ ପ୍ରସାଦ ବା ଥୋର ନାମକ ପ୍ରସାଦ ଅର୍ପିତ କରାଯାଇଥାଏ। ଏହା ଏଭଳି ଏକ ମିଠା ଯାହା ଘିଅରେ ଛଣା ହେବା ପରେ ଚିନିରେ ପ୍ରସ୍ତୁତ ହୋଇଥାଏ। ଏହି ପ୍ରସାଦର ସବୁଠାରୁ ଖାସ୍ କଥା ହେଉଛି ଏହା ମାଟିକୁ ଯିବା ମାତ୍ରେ ହିଁ ମିଳେଇ ଯାଇଥାଏ। ଏହି କାରଣରୁ ଦାନ୍ତ ନଥିବା ଲୋକମାନେ ଅତି ଆନନ୍ଦରେ ପ୍ରସାଦକୁ ଗ୍ରହଣ କରିଥାନ୍ତି।

Sai Baba ବାଳ ଭୋଗ:

ମଥୁରା ବୃନ୍ଦାବନରେ ବାଙ୍କି ବିହାରୀଙ୍କ ମନ୍ଦିରରେ ଭକ୍ତମାନଙ୍କୁ ବାଳ ଭୋଗ ବଣ୍ଟା ଯାଇଥାଏ। ଲଡୁ ଗୋପାଳ ବାଙ୍କ ବିହାରୀଙ୍କୁ ମଧ୍ଯ ଏହି ପ୍ରସାଦ ଅର୍ପଣ କରାଯାଇଥାଏ। ଏହି ପ୍ରସାଦରେ ସୁଖିଲା ଆଳୁ ତରକାରୀ, ବେସନ ଲଡୁ ଏବଂ କଚୋଡି ରହିଥାଏ। ଏହି ପ୍ରସାଦ ପ୍ରଥମେ ଲହୁ ଗୋପାଳଙ୍କୁ ଅର୍ପଣ କରାଯାଇଥାଏ।

ମୂଷା ଅଇଁଠା କରିଥିବା ପ୍ରସାଦ:

ମୂଷାର ଅଇଁଠା ପ୍ରସାଦ ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ଏହା ବିଲକୁଲ ସତ। ରାଜସ୍ଥାନର ବୀକାନେରରେ କରଣୀ ମାତା ମନ୍ଦିରରେ ଲୋକମାନେ ଅନେକ ଦୂରରୁ ଏହି ସ୍ବତନ୍ତ୍ର ପ୍ରସାଦ ନେବା ପାଇଁ ଆସିଥାନ୍ତି। ଏହି ମନ୍ଦିରର ସବୁଠାରୁ ଖାସ୍ କଥା ହେଉଛି କରଣୀ ମାତାଙ୍କୁ କ୍ଷୀର ପ୍ରସାଦ ଲାଗି କରିବା ପରେ ଏହି ପ୍ରସାଦକୁ ମୂଷାକୁ ଦିଆଯାଇଥାଏ। ଏହି ପ୍ରସାଦ ମୂଷା ଅଇଁଠା କରିବା ପରେ ଭକ୍ତମାନଙ୍କୁ ବଣ୍ଟାଯାଏ।

banke-bihariଉଦୀ ପ୍ରସାଦ:

ଶିରିଡିରେ ପ୍ରସ୍ତୁତ ହେଉଥିବା ସାଇ ବାବାଙ୍କ ମୁଖ୍ଯ ପ୍ରସାଦ ‘ଉଦୀ’ କୁହାଯାଇଥାଏ। ଏହି ପ୍ରସାଦ ମନ୍ଦିର ପକ୍ଷରୁ ଏକ ପ୍ଯାକେଟରେ ଦିଆଯାଇଥାଏ। ଏଠାରେ ପୂଜା ପାଠ ଏବଂ ଯଜ୍ଞର ଭସ୍ମରୁ ହିଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ। ସାଇ ଭକ୍ତମାନଙ୍କର ଏହି ପ୍ରସାଦ ଉପରେ ଅନେକ ଆସ୍ଥା ରହିଥାଏ।

ଏହାସହ ପଢନ୍ତୁ: ଏତେ ଛୋଟ ଦେଶ ଯାହାକୁ ପାଦରେ ଚାଲି କରିପାରିବେ ଭ୍ରମଣ

କଡାହ ପ୍ରସାଦ:

ସିଖ୍ ଧର୍ମରେ କଡାହ ପ୍ରସାଦ ଦେବାର ପ୍ରଚଳନ ରହିଛି। ଗୁରୁଦ୍ବାର ଠାରୁ ଆରମ୍ଭ କରି ଧାର୍ମିକ ଆୟୋଜନରେ ମୁଖ୍ଯ ପ୍ରସାଦ ‘କଡାହ ପ୍ରସାଦ’ ପ୍ରସ୍ତୁତ ହୋଇଥାଏ। ଏହା ଶୁଦ୍ଦ ଦେଶୀ ଘିଅରେ ଅଟା ଏବଂ ଚିନିକୁ ସମାନ ପରିମାଣର ମିଶାଇ ହାଲୁଆ ପ୍ରସ୍ତୁତ କରାଯାଇଥାଏ। କିଛି ଲୋକମାନେ ଏହାକୁ ହାଲୁଆ ପ୍ରସାଦ ମଧ୍ଯ କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.