ଆମେରିକା ଏୟାରପୋର୍ଟରେ ସାରା ଅଲ୍ଲୀ ଖାନ୍‌ଙ୍କୁ କାହିଁକି ଅଧିକାରୀମାନେ ବାରମ୍ବାର ଅଟକାଇ ଥାଆନ୍ତି? ଅଭିନେତ୍ରୀ ଜଣାଇଲେ ଏଭଳି କିଛି ରୋଚକ କଥା

ଷ୍ଟାର୍‌ କିଡ୍‌ ସାରା ଅଲ୍ଲୀ ଖାନ୍‌ ବର୍ତ୍ତମାନ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ। ସବୁବେଳେ ତାଙ୍କର ଚର୍ଚ୍ଚା ଲାଗିରହିଥାଏ। ଏବେ ସାରାଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ ରିଲିଜ୍‌ ହୋଇଛି ଏବଂ ଏଥିରେ ତାଙ୍କ ସହିତ କାର୍ତ୍ତିକ ଆଯ୍ୟର୍ନ୍‌ ଅଛନ୍ତି। ଫିଲ୍ମର ପ୍ରମୋଶନ ବେଳେ ସାରା ନିଜ ଜୀବନ ସହ ଜଡ଼ିତ କିଛି ରୋଚକ କଥାର ଖୁଲାସା କରିଥିଲେ। ସେ କହିଥିଲେ ଯେ ଯେତେବେଳେ ସେ ଆମେରିକା ଯାଆନ୍ତି, ଅଧିକାରୀମାନେ ତାଙ୍କୁ ବାରମ୍ବାର ଏୟାରପୋର୍ଟରେ ଅଟକାଇ ଥାଆନ୍ତି।

s11

ସାରା ନିଜର ଟ୍ରାନ୍ସଫରମେଶନ ବିଷୟରେ କହିସାରିଛନ୍ତି। ଯେତେବେଳେ ତାଙ୍କ ଓଜନ ୯୬ କିଲୋ ଥିଲା, ସେହି ସମୟର ଏକ ଫଟୋ ତାଙ୍କ ପାସ୍‌ପୋର୍ଟରେ ରହିଛି। ଆଉ ଏବେ ସେ ବିଲ୍‌କୁଲ ଅଲଗା ଦେଖାଯାଉଛନ୍ତି। ଏଥିପାଇଁ ତାଙ୍କୁ ଏୟାରପୋର୍ଟରେ ଅଧିକାରୀମାନଙ୍କୁ ସଫେଇ ଦେବାକୁ ପଡ଼ୁଛି ଯେ କେମିତି ସେ ‘ଫ୍ୟାଟ୍‌ ଟୁ ଫିଟ୍‌’ ହୋଇଛନ୍ତି।

s44

ସାରା କହିଥିଲେ ଯେ ଅନେକ ଥର ଅଧିକାରୀମାନଙ୍କୁ ତାଙ୍କ କଥା ଉପରେ ବିଶ୍ୱାସ ଆସି ନ ଥାଏ। ଏହାଛଡ଼ା ତାଙ୍କ ସର୍‌ନେମ ମଧ୍ୟ ସେମାନଙ୍କୁ କନ୍‌ଫ୍ୟୁଜରେ ପକାଇଥାଏ। ସାରାଙ୍କ ପାଖରେ ଏକ ଷ୍ଟୁଡେଣ୍ଟ ଭିସା ମଧ୍ୟ ରହିଛି, ଯେଉଁଥିରେ ତାଙ୍କ ସରନେମ୍‌ ‘ସୁଲତାନ’ ଲେଖାହୋଇଛି। କହି ରଖୁଛୁ, ସାରା ନିଜ ପାଠପଢ଼ା ଆମେରିକାରେ ହିଁ କରିଛନ୍ତି ଏବଂ ସେ ସାଙ୍ଗମାନଙ୍କୁ ଭେଟିବା ପାଇଁ ପ୍ରାୟତଃ ଆମେରିକା ଯାଇଥାଆନ୍ତି। କେବେ ବି ସେ ଚାହାଁନ୍ତିନି, ଆମେରିକାରେ ତାଙ୍କ ଏଣ୍ଟ୍ରି ଉପରେ ରୋକ୍‌ ଲଗାଯାଉ।