OUATରେ 5T ସଚିବ ଭି.କେ ପାଣ୍ଡିଆନ୍‌, ସକାଳୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ 5T ସଚିବ

କେନ୍ୟୁଜ୍(ବ୍ୟୁରୋ): OUATରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଆଜି ସକାଳୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଥିଲେ 5T ସଚିବ । OUAT ବୁଲିବା ସହ ଅଧିକାରୀଙ୍କ ସହ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ । ଏହା ସହ OUAT ପରିସରରେ ଥିବା ହଷ୍ଟେଲ ଓ ମେସ୍‌ର ତଦାରଖ କରିଥିଲେ 5T ସଚିବ । ଛାତ୍ରାବାସ ଓ ମେସ୍‌ର ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସଂପର୍କରେ ଅଧିକାରୀଙ୍କ ସହ କଥା ହୋଇଥିଲେ ।