ନିର୍ଭୟା ମାମଲା : ଜାରି ହେଲା ନୂଆ ଡେଥ୍ ଓ୍ଵାରେଣ୍ଟ, ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନର ରାକ୍ଷସ
କେନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାଙ୍କ ଦୋଷୀ । ଜାରି ହେଲା ନୂଆ ଡେଥ୍ ଓ୍ଵାରେଣ୍ଟ । ସକାଳ ୬ଟାରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ଏନେଇ ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । ପୂର୍ବରୁ ଦୁଇ ଥର ଡେଥ୍ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା ଉପରେ ରୋକ୍ ଲାଗିଥିଲା । ଗତ ୧୩ ତାରିଖରେ ମାମଲାର ଶୁଣାଣି ହେବାର ଥିଲା। କିନ୍ତୁ ଆଜିକୁ ଶୁଣାଣି ଘୁଞ୍ଚାଇଥିଲେ ଟ୍ରାଏଲ କୋର୍ଟ । ଗତ ଶୁଣାଣି ବେଳେ କୋର୍ଟରେ କାନ୍ଦି ପକାଇଥିଲେ ନିର୍ଭୟାଙ୍କ ମା । ନ୍ୟାୟ ପାଇଁ ହାତ ଯୋଡ଼ି ନ୍ୟାୟମୂର୍ତ୍ତିଙ୍କ ପାଖରେ ଗୁହାରି କରିଥିଲେ । ତିନି ଦୋଷୀଙ୍କ ପାଖରେ ଆଇନଗତ ବିକଳ୍ପ ଶେଷ ହୋଇଛି । ବିନୟ, ମୁକେଶ ଓ ଅକ୍ଷୟଙ୍କ ପାଖରେ ଆଉ ଆଇନଗତ ବିକଳ୍ପ ନାହିଁ । ହେଲେ ଦୋଷୀ ପବନ ଏପର୍ୟ୍ୟନ୍ତ କ୍ୟୁରେଟିଭ୍ ପିଟିସନ୍ ଓ ଦୟା ଆବେଦନ କରିନାହିଁ ।