Below header

ସ୍ଵିମିଙ୍ଗ ପୁଲରେ ଆରାମ କରୁଥିବାର ନଜର ଆସିଲେ ସାରା ଅଲ୍ଲୀ ଖାନ, ବିକିନିରେ ଦେଖାଇଲେ ଜଲୱା

କରୋନା କାରଣରୁ ଦୀର୍ଘ ପାଞ୍ଚ ମାସ ହେବ ବଲିଉଡ କଳାକାର ମାନେ ନିଜ ଘରେ ରହି ହିଁ ସମୟ ବିତେଉଛନ୍ତି । କିନ୍ତୁ ପରିସ୍ଥିତିର କିଛିଟା ପରିବର୍ତ୍ତନ ଓ ଦେଶରେ କଟକଣା କୋହଳ ହେବା ପରେ ପୁଣି ଥରେ ଫିଲ୍ମ ଓ ସିରିଏଲ ମାନଙ୍କର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । କିନ୍ତୁ ଲକଡାଉନ ସମୟରେ ଏହି ବଲିଉଡ ଷ୍ଟାର ମାନେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ବେଶ ସକ୍ରିୟ ରହୁଥିବାର ନଜର ଆସୁଥିଲେ । ନିଜର ମଜାଦାର ଫଟୋ ବି ସେୟାର କରିଆସୁଥିଲେ । କିନ୍ତୁ ନିକଟରେ ସାରା ଅଲ୍ଲୀ ଖାନ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋଟିରେ ଏକ ସ୍ୱଇମିଙ୍ଗ ପୁଲରେ ସାରା ଆରାମ କରୁଥିବାର ନଜର ଆସିଛନ୍ତି । ସୈଫ ତନୟା ସାରା ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧି ନିଜ ସ୍ଵିମିଙ୍ଗ ପୁଲରେ ଆରାମରେ ଶୋଇ ଏକ ବହି ପଢୁଥିବାର ନଜର ଆସିଛନ୍ତି । ଏହି ଫଟୋ ଟିକୁ ସାରା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ଗୁଲାବ ମେଂ ଗୁଲାବୀ ପର ଗୁଲାବୋ” ।

sara new

ଏହା ପୂର୍ବରୁ ସାରାଙ୍କ ଅନ୍ୟ ଏକ ଫଟୋକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଏହି ଫଟୋରେ ସାରା ଏକ ନୀଳ ରଙ୍ଗର ଲିପିସ୍ଟିକ ଲଗାଇଥିବା ବେଳେ ପାଣି ଭିତରେ ଛିଡା ହୋଇଥିବାର ନଜର ଆସିଥିଲେ । ଏମିତିକି ସାରାଙ୍କ ଏହି ଲୁକ ଐଶ୍ୱରୀୟା ରାୟଙ୍କ କାନ ଫେଷ୍ଟିଭାଲ ଲୁକ ମନେ ପକାଇ ଦେଇଥିଲା । କହିରଖିବା ଉଚିତ ହେବକି, ଐଶ୍ୱରୀୟା ଏହି ସମୟରେ ଏକ ବାଇଗଣୀ ରଙ୍ଗର ଲିପିସ୍ଟିକ ଲଗାଇଥିଲେ | ଖୁବଶୀଘ୍ର ସାରା ବରୁଣ ଧାବନଙ୍କ ସହ “କୁଲି ନମ୍ବର ୧”ରେ ନଜର ଆସିବାକୁ ଯାଉଛନ୍ତି । ସାରା “କେଦାରନାଥ” ସିନେମାରୁ ହିଁ ବଲିଉଡ ଡେବ୍ୟୁ କରିଥିଲେ । ଯେଉଁଥିରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.