Below header

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ବଡ଼ ଖୁଲାସା, ରିୟାଙ୍କ କ୍ରେଡିଟ୍‌ କାର୍ଡରେ କିଣାଯାଉଥିଲା ଡ୍ରଗ୍ସ

ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ, ଏନ୍‌ସିବି ଓ ଇଡି କରୁଛି। ତିନି ଏଜେନ୍ସି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ଏହି ମାମଲାରେ ଡ୍ରଗ୍ସ କନେକସନ୍‌ ସାମ୍ନାକୁ ଆସିବା ପରେ ଏନ୍‌ସିବି ଶନିବାର ଅଭିନେତାଙ୍କ ସହ ଜଡ଼ିତ କିଛି ଲୋକଙ୍କୁ ଗିରଫ କରିଛି। ଯାଞ୍ଚ ଏଜେନ୍ସି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍‌ ଓ ହାଉସ୍‌ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛନ୍ତି। ଅନ୍ୟପଟେ କୁହାଯାଉଛି ଯେ ଖୁବ୍‌ଶୀଘ୍ର ରିୟା ମଧ୍ୟ ଗିରଫ ହୋଇପାରନ୍ତି। ବର୍ତ୍ତମାନ ଡ୍ରଗ୍ସ ସହ ଜଡ଼ିତ ଏକ ନୂଆ ସୂଚନା ସାମ୍ନାକୁ ଆସିଛି।

rhea2

ରିପୋର୍ଟ ମୁତାବକ ସୌଭିକ୍‌ ଓ ମିରାଣ୍ଡା ଉଭୟ ସ୍ୱୀକାର କରିଛନ୍ତି ଯେ ରିୟାଙ୍କ କହିବାନୁସାରେ ହିଁ ସେମାନେ ଡ୍ରଗ୍ସ କିଣୁଥିଲେ। ଡ୍ରଗ୍ସ କିଣିବା ପାଇଁ ରିୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରାଯାଉଥିଲା। ଏହି ପୂରା ମାମଲାରେ ସାମୁଲଏ ମିରାଣ୍ଡାଙ୍କ ସମେତ ଆଉ କିଛି ଲୋକ ବି ସାମିଲ ଥିଲେ।

ଏହା ପୂର୍ବରୁ ଏନ୍‌ସିବି ରିୟା-ସୌଭିକଙ୍କ କନେକ୍ସନ୍‌ ଯୋଗୁ ଡ୍ରଗ୍‌ ପେଡଲର୍ସଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୌଭିକ୍‌ ଚକ୍ରବର୍ତ୍ତୀଙ୍କୁ ଜାଣିଥିବା ମାନିଥିଲେ। ଡ୍ରଗ୍ସ କାରବାର ପାଇଁ ସେମାନେ ବାନ୍ଦ୍ରାର ଫୁଟବଲ କ୍ଲବ୍‌ରେ ଭେଟିଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ଚାଟ୍‌ ସାମ୍ନାକୁ ଆସିବା ପରେ ଡ୍ରଗ୍ସ ବିଷୟରେ ସୂଚନା ମିଳିଥିଲା। ଏବେ ଧୀରେ ଧୀରେ ଏହି ମାମଲାରେ ଅନେକ ଗୁମର ଫିଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.