Below header

ବଲିଉଡ୍‌ ଆକ୍ଟର ଅର୍ଜୁନ କପୁରଙ୍କୁ କରୋନା, ଅଧାରୁ ବନ୍ଦ କଲେ ସୁଟିଂ

ବଲିଉଡ୍‌ ଅଭିନେତାଙ୍କ କବାଟ ବାଡେଇଲା କରୋନା ଭାଇରସ୍‌। ଆକ୍ଟର ଅର୍ଜୁନ କପୁର ହୋଇଛନ୍ତି କରୋନା ସଂକ୍ରମିତ। ରବିବାର ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଖବର ବିଷୟରେ ଜଣାଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଏହା ବିଷୟରେ ପୋଷ୍ଟ କରି ଲେଖିଛନ୍ତି, ‘ ମୁଁ ସୁସ୍ଥ ଅନୁଭବ କରୁଛି। ମୋର ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁଁ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜକୁ କ୍ୱାରେଣ୍ଟିନ କରି ରଖିଛି।

arjunnଆଜି ସକାଳୁ ହିଁ ତାଙ୍କ କରୋନା ରିପୋର୍ଟ ସାମ୍ନାକୁ ଆସିଲା। ସେହିପରି ଏହାମଧ୍ୟ ଜଣାପଡିଛି ଯେ ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି। କିନ୍ତୁ ଏବେ ପଯ୍ୟର୍ନ୍ତ ମଲାଇକା ପଜିଟିଭ ହୋଇଥିବା କଥା ସ୍ପଷ୍ଟ କରିନାହାନ୍ତି।  ତେବେ ଜଣାପଡିଛି ଯେ ପଜିଟିଭ୍‌ ଜଣାପଡିବା ପରେ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ସହିତ ଚାଲିଥିବା ଫିଲ୍ମ ସୁଟିଂକୁ ସେ ଅଧାରୁ ବନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.