Below header

ଅଦ୍ଭୁତ ! ଛତିଶଗଡ଼ରେ ଜନ୍ମ ହେଲା ଦୁଇ ମୁଣ୍ଡିଆ ବାଛୁରୀ, ଦର୍ଶନ କରି ଲୋକେ କଲେ ପୂଜାର୍ଚ୍ଚନା

ଛତିଶଗଡ଼ର ସଂସ୍କାରଧାନୀ କୁହାଯାଉଥିବା ରାଜନାନ୍ଦଗାଁର ପନେଗା ଗାଁରେ ଏକ ଗାଈ ଦୁଇ ମୁଣ୍ଡ ଥିବା ବାଛୁରୀକୁ ଜନ୍ମ ଦେଇଛି। ଗାଁର ସୋମନଲାଲଙ୍କ ଗାଈ ଗତ ଶନିବାର ରାତିରେ ଦୁଇ ମୁଣ୍ଡିଆ ବାଛୁରୀକୁ ଜନ୍ମ ଦେବା ପରେ ସମସ୍ତେ ଚକିତ ହୋଇପଡିଥିଲେ।

q1

ss

ଏହି ଖବର ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଯିବା ପରେ ଆଖପାଖରୁ ଅନେକ ଲୋକ ବାଛୁରୀକୁ ଦେଖିବା ପାଇଁ ସେଠାରେ ଭିଡ଼ ଜମାଇଥିଲେ। ଏପରିକି, ରବିବାର ମଧ୍ୟ ଭିଡ଼ ଜାରି ରହିଥିଲା। ତେବେ ସକାଳୁ ସକାଳୁ ବାଛୁରୀକୁ ଦର୍ଶନ କରି ଲୋକେ ତା’ର ପୂଜାର୍ଚ୍ଚନା କରୁଥିବା ଦେଖାଯାଇଥିଲା। କିଛି ଲୋକ ବାଛୁରୀ ପାଖରେ ପଇସା ମଧ୍ୟ ରଖିଥିଲେ। ବର୍ତ୍ତମାନ ବାଛୁରୀଟି ସୁସ୍ଥ ଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.